କୋଦଳା,୦୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ପହଞ୍ଚିଛନ୍ତି କାଶୀ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ସନ୍ଥ । କନିଆରୀବାଡ଼ି ଗ୍ରାମର ସମାଜସେବୀ ତଥା ଆଧ୍ୟାତ୍ମିକ ବ୍ୟକ୍ତି ଶ୍ନାରାୟଣ ସାହୁଙ୍କ ଅନୁରୋଧ କ୍ରମେ ଶଙ୍କରାଚାର୍ଯ୍ୟ ପହଞ୍ଚି ଥିବା ବେଳେ ସାଧୁ ସନ୍ଥଙ୍କ ଆଗମନରେ ଉକ୍ତ ଗ୍ରାମରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ମାଧ୍ୟମରେ ଶଙ୍କରାଚାର୍ଯ୍ୟ ଓ ସାଧୁ ସନ୍ଥ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଶଙ୍କରାଚାର୍ଯ୍ୟ । ଏହି ଅବସରରେ କୋଦଳା ଦଣ୍ଡିଶ୍ୱର ମନ୍ଦିରରେ ଆୟୋଜିତ ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେବେ ବୋଲି ସମ୍ମତ ପ୍ରକାଶ କରିଛନ୍ତି । ଶେଷରେ ସାହୁଙ୍କ ନିଜସ୍ୱ ବାସଭବନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଆଧ୍ୟାତ୍ମିକ କଥା ବସ୍ତୁ ଉପରେ ଆଲୋଚନା କରି ପରିବାର ସଦସ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରି ଫେରିଥିବା ଜଣାପଡିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )