ବେଲଗୁଣ୍ଠା,୦୭/୦୨(ପିପିଟି): ବେଲଗୁଣ୍ଠା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେସଙ୍ଗୀତ କଳାକାରଙ୍କ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ କରାଯାଇଛି । ବରିଷ୍ଠ କଳାକାର ହରିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବିଶିଷ୍ଟ କଳାକାର ନିଶାକର ଶିଅ,ପୂର୍ଣ୍ଣ ଚନ୍ଦ୍ର ଶିଅ, ରାମାନୁଜ ଫଣ୍ଡ, ବନ୍ଦିତା ବେହେରା, ରାଜେନ୍ଦ୍ର ପାଢୀ, ବୈଦ୍ୟନାଥ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ପାତ୍ର,ନୃସିଂହ ପ୍ରସାଦ ସ୍ଵାଇଁ, ସୁନିତା ପାତ୍ର, ଗୁରୁ ନାଥ୍ ପାତ୍ର, ରତ୍ନେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ରହି କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଏବଂ ସାହିତ୍ୟ ଉପରେ ଆଲୋଚନା କରିବା ସହିତ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ସ୍ଵାଇଁ, ଉପସଭାପତି ସୀମାଞ୍ଚଳ ପାତ୍ର, ସମ୍ପାଦକ ଜଗନ୍ନାଥ ନାୟକ ଏବଂ ସହସମ୍ପାଦକ ଅନୀଲ କୁମାର ପାଣିଗ୍ରାହୀ ପ୍ରମୁଖ ପରି ଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )