କାଲିମେଳା ବ୍ଲକ ସ୍ତରୀୟ ଆପ୍ କର୍ମକର୍ତ୍ତା ଗଠନ ।

0 285

ମାଲକାନଗିରି,୦୫/୦୨(ପିପିଟି):କାଲିମେଳା ବ୍ଲକ ସ୍ଥିତ ଏମଭି-୬୬ ଗ୍ରାମ ଠାରେ ୧୯ ଟି ପଞ୍ଚାୟତକୁ ନେଇ ଆମ ଆଦମୀ ପାର୍ଟି ତରଫରୁ ଏକ କମିଟି ଗଠନ କରାଯାଇଅଛି ।
କାଲିମେଳା ବ୍ଲକ ସଭାପତି ଭାବେ କାର୍ତ୍ତିକ ମଣ୍ଡଳ, ଉପ ସଭାପତି ପଙ୍କଜ ଵାଲା, ସମ୍ପାଦକ ପବିତ୍ର ବୈଦ୍ୟ, ସହ ସମ୍ପାଦକ ରମେଶ ମାଟାମ ଓ କାଲିମେଳା ବ୍ଲକ ସୋସିଆଲ ମିଡିଆ ଓ ଯୁବ ସଭାପତି ଭାବେ ଅଭିଳାଷ ମଣ୍ଡଳକୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶୀରାଜୁ ଅଚାରୀ, ଆଇନଜୀବୀ ତଥା ସକ୍ରିୟା କର୍ମୀ ରବିନ୍ଦ୍ର ନାଥ ମାଢି, ଦେବବ୍ରତ ମଣ୍ଡଳ, ବିଜୁଳି ସରକାର, ରାମ ଚନ୍ଦ୍ର କରମୀ ଉପସ୍ଥିତ ରହି ସଂଗଠନକୁ ସୁଦୃଢ କରି ଜନ ସାଧାରଣଙ୍କ ମୌଳିକ ସମସ୍ୟା ପାଇଁ ଆନ୍ଦୋଳନ କରିବା ଓ ଦାବିପତ୍ର ଦେବା ଏବଂ ୭୫ ବର୍ଷ କେନ୍ଦ୍ର ଶାସନ ଓ ୨୫ ବର୍ଷ ରାଜ୍ୟ ଶାସନରେ ହୋଇଥବା ବିଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ଓ ପଞ୍ଜାବରେ ଆମ ଆଦମୀ ପାର୍ଟିର ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନ କାଲିମେଳା ବ୍ଲକର ପ୍ରତ୍ୟେକ ଗ୍ରାମର ସମସ୍ଯାକୁ ନେଇ ରାଜ ରାସ୍ତାରେ ଆମ ଆଦମୀ ପାର୍ଟି ଆନ୍ଦୋଳନ କରିବ ବୋଲି ସଭାପତି କେ.ଦେଶୀ ରାଜୁ ଅଚାରୀ କହିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.