ଭାରତୀୟ ଜନତା ପାର୍ଟି କରାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

0 253

ବ୍ରହ୍ମପୁର,୦୫/୦୨(ପିପିଟି): ଗୋପାଳପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି କରାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଟାଟା କଲୋନୀ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବେ ଗଙ୍ଗାଧର ଶତପଥୀ ,ଜିଲ୍ଲା ସାଧାରଣ ସମ୍ପାଦକ, ମୋନଜ କୁମାର ପଟ୍ଟନାୟକ, ଜିଲ୍ଲା ସଭାପତି, ଗୌରହରି ସାହୁ, କାର୍ଯ୍ୟକାରୀ ସଭାପତି, ଦର୍ଶନା ପାତ୍ର, ମିଟୁ ସାହୁ,ଗୋପୀ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ, ବାଳକୃଷ୍ଣ ସାମନ୍ତରାୟ ,ବନ୍ଦିତା ତ୍ରିପାଠୀ, ଜିଲ୍ଲା ସମ୍ପାଦକ, ଜି.କୁର୍ମା, ଜିଲ୍ଲା ସମ୍ପାଦକ, ସତ୍ୟପ୍ରହରାଜ୍, ହରିଜନ ସାଧାରଣ ସମ୍ପାଦକ ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅଟଳବିହାରୀ ବାଜପେୟୀେଙ୍କ ଫୋଟ ସମୁଖରେ ଦୀପ ପ୍ରଜ୍ବଳନ ପୁଷ୍ପ ଅର୍ପଣ କରିଥିଲେ । ଫୋଟ ସମ୍ମୁଖରେ ମଣ୍ଡଳର କାର୍ଯ୍ୟକର୍ତା ରହି ଓ ବନ୍ଦେମାତାରାମ ଗାନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୨୪ ହେବାକୁ ଥିବା ନିର୍ବାଚନ ପ୍ରସ୍ତୁତି ପାଁଇ ବୈଠକରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ଥିବା ଲୋକଙ୍କ ବିଷୟରେ ଆଲୋଚନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.