ୟୁଡିଏ ତରଫରୁ ଭଞ୍ଜନଗର ଆରଟିଓଙ୍କୁ ସମ୍ବର୍ଦ୍ଧନା ।

0 355

ଭଞ୍ଜନଗର,୦୪/୦୨(ପିପିଟି):ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟଙ୍କୁ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ରାୟ ନିଜ କାର୍ଯ୍ୟଶୈଳୀ ଦ୍ୱାରା ଖୁବ କମ ଦିନ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇ ପାରିଛନ୍ତି। ସେ ସଦାସର୍ବଦା ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହ ଉତ୍ତମ ସେବା ଯୋଗାଇ ଆସୁଛନ୍ତି। ତେଣୁ ତାଙ୍କୁ ଉତ୍ସାହିତ କରିବା ପାଇଁ ୟୁଡିଏ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ ଓ ୟୁଡିଏର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଉପଢୌକନ ଓ ଟ୍ରଫି ଦେଇ ଆରଟିଓ ଶ୍ରୀ ରାୟଙ୍କୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସାମ୍ବାଦିକ ବିଶ୍ବମ୍ବର ଜେନା,ଭବାନୀ ଶଙ୍କର ପାଳ, ନଚିକେତ ପ୍ରଧାନ, ନିଲୁ ବିଷୋୟୀ,ଅରକ୍ଷିତ ପରିଛା, ଅମରେନ୍ଦ୍ର ପଟ୍ଟନାୟକ, ପ୍ରଶିକ୍ଷକ ପିଣ୍ଟୁ ବିଷୋୟୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.