ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ।

0 421

ଭଞ୍ଜନଗର,୦୩/୦୨(ପିପିଟି):ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ମୁଜାଗଡ଼ ଠାରେ ଏକ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ପ୍ରାୟ ସବୁ ସ୍ଥାନରେ ନିର୍ବାଚନ ବିଗୁଲ ବାଜି ସାରିଲାଣି। ଆଜି ବିଜେପି ପକ୍ଷରୁ ୭ଟି ପଞ୍ଚାୟତର କର୍ମକର୍ତ୍ତା ନେଇ ମୁଜାଗଡ଼ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଗାମୀ ନିର୍ବାଚନରେ କିଭଳି ପତ୍ୟେକ ପଞ୍ଚାୟତରେ ବିଜେପି ଦଳ ଦକ୍ଷତାର ସହ ଆଧିପତ୍ୟ ବିସ୍ତାର କରି ତୃଣ ମୂଳ ସ୍ତରରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ପାଳ, ସନ୍ତୋଷ ତିଆଡ଼ି,ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ପ୍ରଧାନ,ନୀଳ ମାଧବ ପାତ୍ର, ବିନାୟକ ତ୍ରିପାଠୀ,ସୁବାଷ ପ୍ରଧାନ, ଜିଲ୍ଲା ଉପସଭାପତି ରଞ୍ଜନ ରାଉତ ଉପସ୍ଥିତ ଥିଲେ। ସଭା ଶେଷରେ ମୁଜାଗଡ଼ ମଣ୍ଡଳ ସଭାପତି ଧୋବା ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.