ଶେରଗଡ଼,୦୨/୦୨(ପିପିଟି):ଶେରଗଡ ବ୍ଲକ ନରେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ମହା ଉତ୍ସବ ସମାରୋହରେ ପାଳିତ ହୋଇଛି । ଅତିଥି ମାନଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ବାରା ଶୁଭେଚ୍ଛା ଜଣାଇ ପାଛୋଟି ନିଆଯାଇଥିଲା। ପରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ସଭାପତି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି,ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ, ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ନାମାନ ଦେଇ ଭଲ ପାଠ ପଢ଼ ,ଭଲ ପାଠ ପଢି ଏକ ହୋଇ ନିଜ ବିଦ୍ୟାଳୟରେ ନାଁ ରଖ,ସଦାବେଳେ ଉଚ୍ଚ ଅଭିଳାଷ ରଖି ଆଗକୁ ଆଗକୁ ବଢ଼ିବାରେ ଚେଷ୍ଟା କରି ଭଲ ମଣିଷ ହେବାକୁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ସମାଜ ସେବୀ ସନ୍ତୋଷ କୁମାର ପଟ୍ଟନାୟକ,ରାଜ୍ୟ ବିଜୁ ସେତୁ ନିର୍ଦ୍ଦେଶକ ଶରତ ଚନ୍ଦ୍ର ପାତ୍ର,ରାଜ୍ୟ ସମାଜ ମଙ୍ଗଳ କଲ୍ୟାଣ ବୋର୍ଡ ସଭାପତି, ହୀନ ବେହେରା, ଏସ.ଏମ,ସି ସଭାପତି, ବରୁଣ କୁମାର ପୋଲାଇ,୫୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମନୋରମା ପୋଲାଇ, ସରପଞ୍ଚ ଗୁରୁନାଥ ପୋଲାଇ ସମିତି ସଭ୍ୟ ସରୋଜ କୁମାର ପାତ୍ର,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ, ରାଜସ୍ୱ ନିରକ୍ଷକ, ପ୍ରିୟଙ୍କା ମହାରଣା,ପ୍ରଧାନ ଶିକ୍ଷକ ଲଡୁ କିଶୋର ନାହାକ,ସିଆରସିସି ଦାଶ ରଥୀ ଜେନା,କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରତାପ କୁମାର ଦାଶ, ଦେବୀ ପ୍ରସାଦ ଷଡଙ୍ଗୀ,ରଞ୍ଜିତ ପାଣିଗ୍ରାହୀ, ଚରଣ ନାୟକ, ବିଦେଶୀ ସେଠି, ସ୍ୱାଧୀନ କୁମାର ଦାଶ,ଜୟନ୍ତୀ ପାତ୍ର, ତେଜସ୍ମିତା ପାଢ଼ୀ,ମାନଶୀ ସେଠି,ପୂଜା ମହାନ୍ତି, ସସ୍ମିତା ମହାପାତ୍ର,ନନ୍ଦିତା ସାହୁ,ରାଜଲଷ୍ମୀ ସାହୁଙ୍କ ସମେତ କର୍ମଚାରୀ ମାନେ ଉତ୍ସବକୁ ପରିଚାଳନା କରିଥିଲେ ।ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
(ରିପୋର୍ଟ ସୌଜନ୍ଯ – ଭିକୁ ନାୟକ। )