ବିଦ୍ୟୁତ୍ ଆଘାତରେ ମହିଳା ମୃତ ।

0 297

ବେଲଗୁଣ୍ଠା,୨୮/୦୧(ପିପିଟି): ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଆଁରେ ବିଦ୍ୟୁତ୍ ଆଘାତରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ବରଗାଆଁର ସୁରେନ୍ଦ୍ର ବାରିକଙ୍କ ସ୍ତ୍ରୀ ବିନୋଦିନୀ ବାରିକ ନିଜ ଘର ସାମ୍ନାରେ କାମ କରୁଥିବା ବେଳେ ହଠାତ୍ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ସେ ଜଳିଯାଇ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ବେଲଗୁଣ୍ଠା ପୋଲିସ୍ ଶବକୁ ଜବତ କରିବା ସହ ଥାନାରେ ୦୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବିନୋଦିନୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.