ବେଲଗୁଣ୍ଠା,୨୭/୦୧(ପିପିଟି):ବେଲଗୁଣ୍ଠା ଏନ୍.ଏ.ସି ବ୍ଳକ ଓ ଏହାର ଆଖପାଖ ଅଞ୍ଚଳରେ ୭୪ ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି । ବେଲଗୁଣ୍ଠା ବ୍ଳକ ପଡ଼ିଆ ଠାରେ ବେଲଗୁଣ୍ଠା ପ୍ରସାଶନ ତରଫରୁ ସାର୍ବଜନୀନ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟ ସରକାର ବେଲଗୁଣ୍ଠା ଅଞ୍ଚଳରେ ବହୁ ବିକାଶଧାରା ଅବ୍ୟାହତ ରହିଛି ଆଗକୁ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ବିଧାୟକ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ପ୍ୟାରେଡ୍ ପାଇଁ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ଭବନ ଦ୍ୱିତୀୟ ଓ ଜି ଟି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ଭବନ ଦ୍ୱିତୀୟ ଓ ଜି ଟି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ ପାଢୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥୀ,ଥାନାଧିକାରୀ ପ୍ରକାଶ କୁମାର ସାହୁ, ସାଂସଦ ପ୍ରତିନିଧି ତଥା ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଓ ସମସ୍ତ କାଉନସିଲର ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ଓ ବରିଷ୍ଠ କଳାକାର ସୁରେଶ ପାତ୍ର ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ବିଚାରକ ଭାବେ ଯୋଗ ଦେଇଥିଲେ । ଏଥି ସହିତ ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟ, ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜି.ଟି ହାଇସ୍କୁଲରେ ନଗରପାଳ ଫିରୋଜ କୁମାର ସେଠୀ, ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ଉପନଗରପାଳ ଟି.ବବିତା କୁମାରୀ, ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ଥାନାରେ ଥାନାଧିକାରୀ ପ୍ରକାଶ କୁମାର ସାହୁ,ପଟେଲ ରୋଡ୍ ପ୍ରାଥମିକ ବିଦ୍ୟାଳୟ ଓ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବିଶିଷ୍ଟ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ବଣିକ ସଂଘରେ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସମ୍ପାଦକ ସୁଶାନ୍ତ କୁମାର ବେହରା, ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର୍, ଗୋବରା ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ବଙ୍କା ପଞ୍ଚାୟତରେ ସରପଞ୍ଚ ଶୁଭଶ୍ରୀ ପରିଡ଼ା, ଆମ୍ବପୁଆ ପଞ୍ଚାୟତରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଉଢୁରା ରେ ସମତି ସଭ୍ୟ ସୁଧାଂଶୁ ଶେଖର ପୋଲେଇ,ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିଷ୍ଣୁ ସେଠୀ, କ୍ଷେତ୍ରିୟ ବରପୁର ବିଦ୍ୟାଳୟରେ ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ,କୋକଲୁଣ୍ଠା ବିଦ୍ୟାଳୟରେ ସମାଜସେବୀ ପଞ୍ଚାନନ ସାମଲ, ବିବେକାନନ୍ଦ ଶିଶୁ ମନ୍ଦିର ମଙ୍ଗଳପୁର ଠାରେ ସମ୍ପାଦକ ମାଧବ ଚନ୍ଦ୍ର ଆପଟ, ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଗାଙ୍ଗପୁର ଥାନା ଓ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ,ନାଟେଙ୍ଗା ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ଗୌଡ,ନାଟେଙ୍ଗା ସେବା ସମବାୟ ସମିତି ରେ ସଭାପତି ପ୍ରହଲ୍ଲାଦ ଲେଙ୍କା, ବେଣିପଲୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଦୂର୍ଗା ମାଧବ ନାୟକ,ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବାସନ୍ତୀ ଡାକୁଆ,ଗୋବରା ବିଦ୍ୟାଳୟରେ ସମିତି ସଭ୍ୟ ବିଭୁପାଦ ଜେନା, ନୁଆପଡା ଠାରେ ପୁର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ, ପାଇଲିପଡା ପଞ୍ଚାୟତ ଠାରେ ସରପଞ୍ଚ ଜୟରାମ ନାୟକ, ଶାସନ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ବିଷୋୟୀ, କ୍ଷତ୍ରିୟ ବରପୁର ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମଣ ପଣ୍ଡା,ପାଇଲିପଡା ଠାରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ,ବଡ଼ ବୋର୍ ସିଂ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଏସ୍ ରାମେଶ୍ବର ପାତ୍ର,ପାଇଲି ପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡଃ ସରୋଜ କୁମାର ପ୍ରଧାନ,ଶାସନ ଠାରେ ସିମାଞ୍ଚଳ ବିଷୋୟୀ, କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ବି.ଗୋବିନ୍ଦ ରାଓ,ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନ ଓ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ, ମହିଳା ଓ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ସିଡିପିଓ ଗାୟତ୍ରୀ ମିଶ୍ର, ଖଇରପୁଟି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସତ୍ୟବାନ୍ ସ୍ୱାଇଁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Next Post