ଚାରି ବର୍ଷ ପିଲାକୁ ପିଟି ହତ୍ୟା; ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ।

0 261

ଧରାକୋଟ,୨୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରେ ଗତ ମଙ୍ଗଳବାର ରାତ୍ରରେ ଜଣେ ନିରିହ ଚାରି ବର୍ଷ ଶିଶୁ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ରକୁ ପିଟିପିଟି ହତ୍ୟା ଘଟଣାରେ ସଂପୃକ୍ତ ଗ୍ରାମର କିର୍ତ୍ତନ ସେଠୀଙ୍କ ପୁଅ ଶ୍ରୀକାନ୍ତ ସେଠୀକୁ ଆଜି ଗଂଜାମ ଆରକ୍ଷୀ ଅଧିକ୍ଷକଙ୍କ ନିଦ୍ଦେର୍ଶ କ୍ରମେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ଙ୍କ ନେତୃତ୍ବରେ ଗଠିତ ଟିମ୍ ଅଭିଯୁକ୍ତକୁ ଅଟକ ରଖିଥିବା ସୂଚନା ମିଳିଛି। ସଂପୃକ୍ତ ଗ୍ରାମରେ ଏହି ଘଟଣା ଘଟିବା ପରେ ଉତେଜନା ପ୍ରକାଶ ପାଇଥିଲା ।ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ,ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ଓ ବଡଗଡ ଥାନା ଅଧିକାରୀ ସୂରଜ କୁମାର ଝଙ୍କାରଙ୍କୁ ନେଇ ଗଠିତ ଟିମ ସୁଚିନ୍ତିତ ଉପାୟରେ ଶ୍ରୀକାନ୍ତକୁ ଗିରଫ କରି ଅଟକ ରଖି ତଦନ୍ତ ଚଳାଇଥିବା ଧରାକୋଟ ଥାନ ଅଧିକାରୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଧରାକୋଟ ଥାନାରେ ୨୪/୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି। ଆଜି ସାଇଣ୍ଟିଫିକ ଅଫିସର ପ୍ରଣତି ନାଇକଙ୍କ ନେତୃତ୍ବରେ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟା କାଣ୍ଡ ସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.