ବୋଲଗଡ଼,୨୩/୦୧(ପିପିଟି):ଆଜି ମହାନ ସ୍ବାଧିନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ବିଧାନ ସଭା କ୍ଷେତ୍ରର କର୍ମୀ ମାନଙ୍କୁ ନେଇ ଏକ ପରିବର୍ତ୍ତନ ଯାତ୍ରା ଆରମ୍ଭ କରା ଯାଇଛି। ଯାହା ବେଗୁନିଆ ବ୍ଲକ୍ ରାଉତପଡା ପଞ୍ଚାୟତ ଶୀତଳ ଷଷ୍ଠୀ ପଡ଼ିଆ ଠାରୁ ଆରମ୍ଭ ହୋଇ ପିଚୁକୁଳି ଠାରେ ସୁଭାଷ ବୋଷ୍ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଥିଲା ଶେଷରେ ବୋଲଗଡ଼ ବ୍ଲକ୍ ଠାରେ ବିଜୟ କୁମାର୍ ଚୌଧୁରୀଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇ ସୁବାଷ ବୋଷ୍ ଚିନ୍ତାଧାରାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରା ଯାଇ ଥିଲା। ମୁଖ୍ୟ ବକ୍ତା ଭାବେ ଆପ୍ ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ମିଡିଆ ମ୍ଯାନେଜର ପ୍ରମୋଦ ନନ୍ଦ,ସମ୍ମାନିତ ଅତିଥି ଭାବେ ବୋଲଗଡ଼ ଆପ୍ ସମ୍ପାଦକ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇ ଥିଲେ ଏହି ସଭାରେ ଅଞ୍ଚଳର ଶିକ୍ଷା ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ର ରେ ଦେଖାଦେଇ ଥିବା ବିପର୍ଯୟ ସମ୍ପର୍କରେ ୧୫ଟି ପଞ୍ଚାୟତର ଏକତ୍ର ହୋଇ ଥିବା ସକ୍ରିୟ କର୍ମୀ ମାନେ ଆଲୋଚନା କରି ତାର ପ୍ରତିକାର ପାଇଁ ଆମ୍ ଆଦମୀ ପାର୍ଟୀ ଜରୁରୀ ଅଟେ ବୋଲି ମତ ରଖି ଥିଲେ ଆଗାମୀ ଦିନରେ ଏହୀ ବାର୍ତ୍ତା ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂକଳ୍ପ କରି ସଭା ସାଙ୍ଗ ହୋଇ ଥିଲା। ବିଧାନସଭା କ୍ଷେତ୍ର ଦାୟିତ୍ବରେ ଥିବା ଆପ୍ ନେତା କଳ୍ପତରୁ ପଣ୍ଡାଙ୍କ ନେତୃତ୍ବ ରେ ଭୋଟର ସଚେତନତା ପାଇଁ ଏକ ପଦଯାତ୍ରା ବୋଲଗଡ଼ ଅଞ୍ଚଳରେ ପରିକ୍ରମା କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)