ଅଗ୍ନିକାଣ୍ଡରେ ୪୦ ବସ୍ତାରୁ ଉର୍ଦ୍ଧ୍ବ ଧାନ ଅମଳ ନଷ୍ଟ।

0 284

ବୋଲଗଡ,୦୮/୦୧(ପିପିଟି): ବୋଲଗଡ ବ୍ଲକ୍ ଅନ୍ତର୍ଗତ ଫାଶୀଓଦା ଗ୍ରାମ ପଞ୍ଚାୟତର ମଣ୍ଡଳସିଂହ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଗଛିତ ଧାନ ଫସଲ ନଷ୍ଟ ହୋଇଯାଇଛି। ଘଟଣା ସୂତ୍ରରୁ ଜଣାପଡିଛିକି ମଣ୍ଡଳସିଂହ ଗ୍ରାମର ରତ୍ନାକର ପଣ୍ଡାଙ୍କ ବାରିରେ ସେହି ଗ୍ରାମର ଦୁର୍ଯୋଧନ ସ୍ୱାଇଁଙ୍କର ଧାନଗଦା ରହିଥିଲା। ପୂର୍ବରୁ ଧାନ ବେଙ୍ଗଳା ପକା ଯାଇ ୪୦ବସ୍ତା ଧାନ ଖଳାବାରିରେ ଗଛିତ ରଖିଥିଲେ।ସେପଟେ ସେହି ଖଳାରେ ପିଲାମାନେ ଖେଳୁ ଥିବା କଥା ସ୍ଥାନୀୟ ଲୋକ ପ୍ରକାଶ କରିଅଛନ୍ତି । କେଉଁ କାରଣରୁ ସେଠି ହଠାତ୍ ନିଆଁ ଲାଗି ପାଳଗଦା ସହିତ ୪୦ ବସ୍ତାରୁ ଉର୍ଦ୍ଧ୍ବ ଧାନ ବସ୍ତାରେ ନିଆଁ ଲାଗି ଜଳି ଯାଇଥିଲା । ଖବର ପାଇ ବୋଲଗଡ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଚାଷୀ ଦୁର୍ଯୋଧନ ସ୍ୱାଇଁ ଓ ରତ୍ନାକର ପଣ୍ଡାଙ୍କର ଆୟ ଅମଳ କ୍ଷତି ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରିଅଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.