ଗଞ୍ଜେଇ ଗଛ ନଷ୍ଟ ବେଳେ ପୋଲିସ ଓ ଗ୍ରାସବାସୀ ମୁହାଁମୁହିଁ;ଢେଲା ମାଡରେ ୨ ପୋଲିସ ଓ ଜଣେ ହୋମଗାର୍ଡ ଆହାତ ।

0 255

ମାଲକାନଗିରି,୦୭/୦୧(ପିପିଟି) :ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ପୋଲିସ ସରକାରୀ ଜମିରେ ହୋଇଥିବା ଗଞ୍ଜେଇ ଚାଷ କାଟି ନଷ୍ଟ କରୁଥିବାବେଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ଗ୍ରାମବାସୀଙ୍କ ଢେଲା ପଥର ମାଡ଼ରେ ୩ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି । ଆହତଙ୍କୁ ପୋଲିସ ହସ୍ପିଟାଲକୁ ନେବା ପାଇଁ ବ୍ୟସ୍ତ ଥିବାବେଳେ ଜଣେ ହୋମଗାର୍ଡଙ୍କୁ ଗ୍ରାମବାସୀ ଗ୍ରାମ ମଧ୍ୟରେ ଅଟକ ରଖିଥିଲେ । ଗ୍ରାମ ମଧ୍ୟକୁ ଅଧିକ ପୋଲିସ ଯିବାରୁ ଅଟକ ହୋମଗାର୍ଡଙ୍କୁ ଦୁଇ ଘଣ୍ଟା ପରେ ଛାଡି ଦେଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,ଚିତ୍ରକୋଣ୍ଡା ଏସଡିପିଓଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୋଲିସ ରାଜାବନ୍ଧ ଗାଁ ପାହାଡ଼ ନିକଟରେ ଥିବା ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢଉ କରିଥିଲେ । ପୋଲିସ ପକ୍ଷରୁ ଗଞ୍ଜେଇ ଗଛ କାଟି ପୋଡ଼ି ଚାଷ ନଷ୍ଟ କରୁଥିବାବେଳେ ହଠାତ ଗାଁର କିଛି ମହିଳା ଓ ପୁରୁଷ ବିରୋଧ କରିଥିଲେ । ଫଳରେ ଗ୍ରାମବାସୀ ଓ ପେଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ।ଗ୍ରାମବାସୀଙ୍କ ଢେଲା ପଥର ମାଡ଼ରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଗ୍ରାମବାସୀଙ୍କ ଆକ୍ରମଣ ପରେ ପୋଲିସ ଗଞ୍ଜେଇ କଟା ବନ୍ଦ କରି ପଳାଇ ଥାନାକୁ ଫେରିଆସିଥିଲେ । ଜଣେ ହୋମଗାର୍ଡ ଗ୍ରାମବାସୀଙ୍କ କବଳରେ ରହିଯାଇଥିବାରୁ ପୁଣି ଏସଡିପିଓଙ୍କ ନେତୃତ୍ବରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରୁ ହୋମଗାର୍ଡଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିବା ଜଣାପଡ଼ିଛି। ଆହତ ପୋଲିସ କର୍ମଚାରୀମାନେ ବାଲିମେଳା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଉପରେ ଆକ୍ରମଣ ଘଟଣାର ଏକ କେସ ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମରୁ ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Leave A Reply

Your email address will not be published.