ସାଇନ୍ସ ଡିଗ୍ରୀ କଲେଜ କୁକୁଡ଼ାଖଣ୍ଡିରେ ଇଣ୍ଟର କଲେଜ ସେମିନାର ।

0 428

କୁକୁଡାଖଣ୍ଡି,୦୭/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ସାଇନ୍ସ ଡିଗ୍ରୀ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ନ୍ୟୁ ଟ୍ରେଣ୍ଡସ ଅଫ ବାୟୋ ଟେକ୍ନୋଲୋଜି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି । ଏଥିରେ ସ୍ନାତକ ଅଧକ୍ଷ ଡ: କମଳ କୁମାର ପ୍ରଧାନ ସଭାପତିତ୍ବ କରିଥିଲେ , ଗବେଶକ ଭାବେ ରାମଜୀ ଡିଗ୍ରୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଶାନ୍ତ କୁମାର ପଣ୍ଡା,ମୁଖ୍ୟ ବକ୍ତା ଡ଼ଃ.କେ. କ୍ରୀଷ୍ଣା ରାଜୁ ପାତ୍ର,ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପିକା ସୁଶ୍ରୀ ଶିବାନୀ ସାହୁ ଯୋଗ ଦେଇଥିଲେ,ଏଥିରେ ବିଭାଗୀୟ ଛାତ୍ର ଛାତ୍ରୀ ତଥା ରାମଜୀ ଡିଗ୍ରୀ ମହାବିଦ୍ୟାଳୟରୁ ଛାତ୍ରୀଙ୍କ ଦ୍ଵାରା ସନ୍ଦର୍ଭ ପାଠ କରାଯାଇଥିଲା,ଶେଷ ରେ ବିଭାଗୀୟ ମୁଖ୍ୟ ପ୍ରିୟା ରଞ୍ଜନି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.