ରାମକୃଷ୍ଣ ବାବୁ ଥିଲେ ଗଞ୍ଜାମର ଗର୍ବ ଓ ଗୌରବ

0 337

ପୋଲସରା,୩୦/୧୨(ପିପିଟି):ରାମକୃଷ୍ଣ ବାବୁ ଥିଲେ ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ। ତାଙ୍କ ଅବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଶ୍ରୀହୀନ ହୋଇ ପଡିଛି ବୋଲି ରାମକୃଷ୍ଣ ବାବୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମୃତି ଚାରଣ କରି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ଆଜି ରାମକୃଷ୍ଣ ବାବୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ନିଜର ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲାର ଢୁଙ୍କାପଡା ଠାରେ ଅନୁଷ୍ଠିତ ହୋଇଥିଲା।ଅବସରପ୍ରାପ୍ତ ପ୍ରାଧ୍ୟାପକ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମତି ସଭାରେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ , ଭାରତୀୟ ଜନତା ପାର୍ଟିର ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ , ଉପ ସଭାପତି ପ୍ରଭାକର ପଣ୍ଡା , ବ୍ରହ୍ମପୁର ଜିଲ୍ଲା ସଭାପତି ବିଭୁତି ଜେନା, ବୁଗୁଡ଼ା ବ୍ଳକର ପୂର୍ବତନ ଅଧ୍ୟକ୍ଷ ରାମ ନାରାୟଣ ସାହୁ , ବରିଷ୍ଠ ଆଇନଜୀବି ତଥା ସିପିଆଇ ନେତା ସୋମନାଥ ନାୟକ,ବରିଷ୍ଠ ବିଜେପି ନେତା ଗଙ୍ଗାଧର ନାୟକ , ସତ୍ୟ ନାରାୟଣ ସାହୁ ,କୋଦଳା ନଗରପାଳ ସୂର୍ଯ୍ୟ ନାୟକ, ଟୁଲୁ ପଣ୍ଡା ଓ ରାଜିବ ଭୂୟାଁ ପ୍ରମୁଖ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ ରାମକୃଷ୍ଣ ବାବୁଙ୍କ ଯୋଗୁଁ ଓଡିଶା ରାଜନୀତିରେ ଗଞ୍ଜାମ ଜିଲ୍ଲାର ଗାରିମା ବୃଦ୍ଧି ପାଇଥିଲା। ସେ ଜଣେ ଜିଲ୍ଲା ପାଇଁ ଯାହା କରି ପାରୁଥିଲେ ଆଜି ୧୩ ଜଣ ବିଧାୟକ ଥାଇ ମଧ୍ୟ ଜିଲ୍ଲା ମାନ ସମ୍ମାନ ଭୁଲୁଣ୍ଠିତ ହେଉଛି ବୋଲି କହିଥିଲେ। ଏହି ସଭାରେ ରାମକୃଷ୍ଣ ବାବୁଙ୍କ ପତ୍ନୀ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ତାଙ୍କ ଝିଅ ତଥା ବିଜେପି ର ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀଙ୍କ ସମେତ ରାମକୃଷ୍ଣ ବାବୁଙ୍କ ବହୁ ଶୁଭେଚ୍ଛୁ ଯୋଗ ଦେଇଥିଲେ। ଅଧ୍ୟାପକ ମନୋରଞ୍ଜନ ସାହୁ ଓ ଯୁବ ନେତା ସିମାଞ୍ଚଳ ସାହୁ ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.