ରାସ୍ତା ଉପରେ ହେଲା ବାହାଘର ।

0 493

ଭଞ୍ଜନଗର,୨୯/୧୨(ପିପିଟି):ତାରସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ସାନ ପୁଅ ଦୁଷ୍ମନ୍ତ ସାହୁ ବ୍ରହ୍ମପୁର ଠାରେ ରହି ଫାର୍ମାସିଷ୍ଟ ପାଠ ପଢ଼ୁଥିବା ବେଳେ ବ୍ରହ୍ମପୁର ଗୋଶାଣି ନୂଆଗାଁ ଷଷ୍ଠ ଲାଇନ ରେ ରହୁଥିବା ଟିନା ରାଣୀ ସାହୁଙ୍କ ସହ ଗତ ୩ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ହେଲେ ଦୁଷ୍ମନ୍ତକୁ ଟିନା ବିବାହ କରିବା ପାଇଁ ବାରମ୍ବାର କହି ଆସୁଥିଲେ ମଧ୍ୟ ଦୁଷ୍ମନ୍ତ କୌଣସି କାରଣରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲା। ଶେଷରେ ପ୍ରେମିକାରୁ ପତ୍ନୀର ମାନ୍ୟତା ପାଇବା ପାଇଁ ବାଧ୍ୟହୋଇ ଟିନା ଆସି ଗାଲେରୀ ଗ୍ରାମରେ ଦୁଷ୍ମନ୍ତ ଘର ସାମନାରେ ଗତ ୫ଦିନ ହେଲା ଧାରଣାରେ ବସିଥିଲା।ହେଲେ ଦୁଷ୍ମନ୍ତଙ୍କ ଘରେ କେହି ନଥିବାରୁ ଘର ତାଲା ପଡ଼ିଥିଲା।ଏସମ୍ପର୍କରେ ଖବର ପାଇ ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀ ବୁଧବାର ଆସି ଗାଲେରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଆଲୋଚନା ପରେ ଦୁଷ୍ମନ୍ତର ଭାଇ ଓ ଜ୍ୱାଇଁଙ୍କ ଉପସ୍ଥିତିରେ ଆଜି ଅପରାହ୍ନ ସମୟରେ ଦୁଷ୍ମନ୍ତ ସହ ଟିନାର ବିବାହ ଘର ସାମନା ରାସ୍ତା ଉପରେ ଅନୁଷ୍ଠିତ ହୋଇଥିଲା। ସର୍ବ ସମ୍ମୁଖରେ ସାମାଜିକ ରୀତି ନୀତି ଅନୁସାରେ ବାହାଘର ହୋଇଥିଲା।ଏଥିରେ ସମାଜସେବୀ ପ୍ରମିଳା ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା, ସମାଜସେବୀ ରବିନ୍ଦ୍ର ନାରାୟଣ ଶତପଥି,ଆଇନଜୀବି ଅଶୋକ କୁମାର ଗୌଡ଼ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.