୬୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ ।

0 230

ସାନଖେମୁଣ୍ଡି,୨୪/୧୨(ପିପିଟି): ଗଞ୍ଜାମ ଏସ.ପି ବ୍ରିଜେଶ ରାୟଙ୍କ ନିର୍ଦେଶ ପ୍ରକାରେ ଏସ.ଡି.ପି.ଓ ଆସିକା ଉମାଶଙ୍କର ସିଂ ଙ୍କ ନେତୃତ୍ୱରେ ଟି.ଗୋବିନ୍ଦପୁର ପାହାଡ ଉପରେ ଘୋଡମ୍ବା ଗାଁ ପାଖରେ ପ୍ରାୟ ୬୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ । ଏଥିରେ ପ୍ରାୟ ୬୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଏସଡିପିଓ ଆସିକାଙ୍କ ସମେତ, ତହସିଲଦାର ସାନଖେମୁଣ୍ଡି ଶ୍ରୀନିବାସ ବେହେରା , ଧରାକୋଟ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ,ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.