ମାଲକାନଗିରି,୧୫/୧୦(ପିପିଟି): କାଲିମେଳା ବଜାରରେ ଜଣେ କ୍ବାକ୍ କ୍ଲିନିକ୍ କରି ଦୀର୍ଘ ଦିନ ହେଲା ରୋଗୀମାନଙ୍କୁ ଚିକିତ୍ସା କରୁଆସୁଥିବା ବେଳେ ଆଜି କ୍ବାକଙ୍କ ପତ୍ନୀ ଜଣେ ଦନ୍ତରୋଗୀଙ୍କ ଦାନ୍ତ ଉପାଡି ଭୁଲ୍ ଇଞ୍ଜେକସନ ଦେବାରୁ ମୃତ୍ୟୁ ଘଟିଥିବା ଜଣା ପଡିଛି। ଏନେଇ କାଲିମେଳା ଥାନାରେ ଅଭିଯୋଗ ହେବା ପରେ କ୍ବାକଙ୍କ ପତ୍ନୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। କାଲିମେଳା ବଜାରରେ ରବିନ୍ଦ୍ରନାଥ ବିଶ୍ବାସ ଦୀର୍ଘ ଦିନ ହେଲା ଏକ କ୍ଲିନିକ କରି ବିଭିନ୍ନ ଚିକିତ୍ସା କରୁଥିବା ବେଳେ ଆଜି ଦନ୍ତ ରୋଗ ରେ ପୀଡିତ ତପନ ପାଲ ନାମକ ଜଣେ ବ୍ୟବସାୟୀ ଦାନ୍ତ ଚିକିତ୍ସା ଲାଗି ଯାଇଥିଲେ। କ୍ଵାକ ରବିନ୍ଦ୍ରନାଥ ବିଶ୍ବାସ ନଥିବା ବେଳେ ତାଙ୍କ ପତ୍ନୀ ବାସନ୍ତୀ ବିଶ୍ବାସ ତପନଙ୍କ ଦାନ୍ତ ଉପାଡ଼ି ଦେଇଥିଲେ। ତେବେ ତପନଙ୍କ ଡାଇବେଟିସ ଥିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ଥିଲା। ଉକ୍ତ କ୍ଲିନିକରେ ଭୁଲ ଚିକତ୍ସା ଯୋଗୁଁ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାଲିମେଳା ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ଆଣିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ବିନା ଡାକ୍ତରୀ ସାର୍ଟିଫିକେଟରେ ଦୀର୍ଘ ବର୍ଷ ହେଲା ରବୀନ୍ଦ୍ର ନାଥ ବିଶ୍ୱାସଙ୍କ ଘରେ ବେଆଇନ ଭାବରେ କ୍ଲିନିକ ଖୋଲି ଚିକିତ୍ସା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ନିରବ ବସିଥିବା ଜଣା ପଡିଛି। ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ମୃତ ବ୍ୟବସାୟୀଙ୍କ ପୁଅ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚିକିତ୍ସା କରୁଥିବା କ୍ବାକଙ୍କ ପତ୍ନୀ ବାସନ୍ତୀ ବର୍ତ୍ତମାନ ଫେରାର ରହିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post