ଭଞ୍ଜନଗର,୧୫/୧୦(ପିପିଟି): ତାରସିଂ ଥାନା ଅନ୍ତର୍ଗତ କନ୍ଧ ଶାରଳା ଗ୍ରାମରେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ ଗୌରୀ ନାଇକ(୭୦)। ସୂଚନା ଅନୁସାରେ ଗୌରୀ ଶୁକ୍ରବାର ରାତିରେ ଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା।ଗୌରୀଙ୍କ ଚିତ୍କାର ଶୁଣି ଘରଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ। ଏଠାରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )