ଭଞ୍ଜନଗର,୧୫/୧୦(ପିପିଟି): ସର୍ବ ଭାରତୀୟ ନାଭାଲ ନୌ ସୈନିକ କ୍ୟାମ୍ପ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଗତ ୨ତାରିଖ ଠାରୁ ଆରମ୍ଭ ହୋଇ ୧୨ତାରିଖରେ ଶେଷ ହୋଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୬ଜଣ କ୍ୟାଡେଟ ଏହି ଶିବିରରେ ଯୋଗ ଦେଇଥିଲେ । ଜାତୀୟ ସ୍ତରରେ ଚଳିତ ବର୍ଷ ଓଡିଶା ନିର୍ଦ୍ଦେଶାଳୟ ୪ର୍ଥ ସ୍ଥାନ ଅଧିକାର କରିଛି। ବ୍ରହ୍ମପୁର ଏନସିସି ନାଭାଲ ୟୁନିଟ ପକ୍ଷରୁ ୯ଜଣ କ୍ୟାଡେଟ ଏହି ଶିବିରରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କ୍ୟାଡେଟ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଛାତ୍ର କ୍ୟାଡେଟ ସୁବ୍ରତ କୁମାର ଭୂୟାଁ ରହିଥିଲେ ।ସୁବ୍ରତ ବୋଟ ପୁଲିଂରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ଏବଂ ସି ମ୍ୟାନ ସିପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବାରୁ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଯାହାର ଫଳ ସ୍ୱରୂପ ଲେଫ୍ଟନାଣ୍ଟ ଗୁରୁ ବିରପାଲ ସିଂଙ୍କ ଠାରୁ ଡ୍ରିଲର ପ୍ରଥମ ଟ୍ରଫି ହାସଲ କରିଛନ୍ତି।ସୁବ୍ରତଙ୍କ ଏହି ସଫଳତା ପାଇଁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ,ଏନସିସି କ୍ୟାଡେଟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post