ନଦୀରେ ଭାସିଯାଉଥିବା ବେଳେ ବୃଦ୍ଧା ଉଦ୍ଧାର ।

0 374

ଭଞ୍ଜନଗର,୦୭/୧୦(ପିପିଟି): ଭଞ୍ଜନଗର ବ୍ଲକ ଗୋଲାପଡା ପଞ୍ଚାୟତ ନାରାୟଣ ପାଟଣା ଗ୍ରାମର ଶୋଭା ପାଣିଗ୍ରାହୀ(୮୦) ଶୁକ୍ରବାର ସନ୍ଧ୍ୟାରେ ବଡ଼ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କ ଚିତ୍କାର ଶୁଣି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଶୋଭା ନଦୀର ସୁଅରେ ଭାସି ଭାସି ପ୍ରାୟ ଦୁଇ କିଲୋମିଟର ଦୂର ଯିବାପରେ ଗୋଲାପଡା ବ୍ରିଜ ନିକଟରେ କିଛି ଯୁବକ ଗାଧୋଉଥିବା ବେଳେ ଉକ୍ତ ବୃଦ୍ଧାଙ୍କୁ ଦେଖି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ସେଠାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଅଣାଯାଇଥିଲା।ଏଠାରେ ଚିକିତ୍ସା ପରେ ଶୋଭା ସୁସ୍ଥ ଥିବା ଡାକ୍ତର କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.