ବ୍ରହ୍ମପୁର,୨୨/୦୯(ପିପିଟି): ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ପାଇଁ ନିଆଯାଇଥିବା ବେଳେ ଆଜି ଭୋର୍ ସମୟରେ ମୃତ୍ୟୁବରଣ କରିଛନ୍ତି।୨୦୦୯ରୁ ୨୦୧୪ ଯାଏ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଧାୟକ ଥିଲେ। ହେଲେ ଏହାପରେ ଆଦିକନ୍ଦ ସେଠୀ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ। ସ୍ବର୍ଗତଃ ସେଠୀ ଶିକ୍ଷକତାରୁ ରାଜନୀତି କ୍ଷେତ୍ରକୁ ଆସିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳ ନେତା ଓ କର୍ମୀ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ।