ଅହିଂସା ରଥର ସ୍ଵାଗତ ପାଇଁ ପ୍ରସ୍ତୁତି ବୈଠକ ।

0 372

ବ୍ରହ୍ମପୁର,୨୦/୦୯(ପିପିଟି): ହିଞ୍ଜିଳିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୂଵ୍ରତ କୁମାର ଜେନାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅହିଂସା ରଥକୁ ସ୍ୱାଗତ କରିବା ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା ,ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ମାଧବ ସାହୁ , ପିଏ ରମେଶଚନ୍ଦ୍ର ରଥ,ସ୍ଵାସ୍ଥ୍ୟ ଵିଭାଗର ସିମାଞ୍ଚଳ ପଣ୍ଡିତ, ଅଶୋକ କୁମାର ମିଶ୍ର, ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଉମା ଚରଣ ପାଢୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା, ପ୍ରମୁଖ ଉଚ୍ଚ ପଦସ୍ଥ ଅଧିକାରୀ ଉକ୍ତ ବୈଠକରେ ଯୋଗଦାନ କରିଥିଲେ। ଆସନ୍ତା ୨୩ ତାରିଖ ଶୁକ୍ରବାର ସନ୍ଧ୍ଯାରେ ଶେରଗଡ ବ୍ଳକରୁ ବାହାରି ଆସିବାକୁ ଥିବା ଅହିଂସା ରଥ କୁ ହିଞ୍ଜିଳିକାଟୁ ଠାରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ରାତ୍ର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ରହଣି କରାଯିବାର ବ୍ୟବସ୍ଥା କରାଯାଇଛି । ଶନିବାର ଦିବା ୯ ଘଣ୍ଟ ସମୟରେ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ରଥକୁ ପାଛୋଟି ନେଇ ବିଭିନ୍ନ ବାଦ୍ୟ ବାଜଣା ସହକାରେ ହିଞ୍ଜିଳି କାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଅହିଂସା ରଥକୁ ସ୍ୱାଗତ ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକରେ ଥିବା ସ୍ବାଧୀନତା ସଂଗ୍ରାମୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଵୈଠକ ରେ ନିଷ୍ପତ୍ତି ନିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସମାପ୍ତ ପରେ ଅହିଂସା ରଥ ରଥକୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )

Leave A Reply

Your email address will not be published.