ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣ ଗୁରୁତର ।

0 526

ଭଞ୍ଜନଗର,୨୦/୦୯(ପିପିଟି): ଭଞ୍ଜନଗର ଥାନା ଅଧୀନ କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ବାଇକରେ ଯାଉଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ତାରସିଙ୍ଗି ଥାନା ଜଡ଼ାଘାଟୁଣୀ ଗ୍ରାମର ଅଶ୍ୱିନୀ ଡାକୁଆ (୨୦) ଓ ଜିତେନ୍ଦ୍ର ଡାକୁଆ (୨୫)। ଉଭୟେ ବାଇକ ଯୋଗେ କୌଣସି କାମରେ ଭଞ୍ଜନଗର ଆସି ଗାଲେରି ଅଭିମୁଖେ ଯାଉଥିବା ବେଳେ କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଅଶ୍ୱିନୀ ଓ ଜିତେନ୍ଦ୍ର ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁହିଙ୍କୁ ଉଦ୍ଧାର କରି ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରା ଯାଇଛି। ହେଲେ ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକର ଦୁଇ ଯୁବକ ସାମାନ୍ୟ ଆହତ ହୋଇଥିବାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.