ମୋଟୁ ସୀମାନ୍ତରେ ୮୪ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।

0 235

ମାଲକାନଗିରି,୧୯/୦୯(ପିପିଟି): ମାଲକାନଗିରି ଜିଲ୍ଲାର ଶେଷ ସୀମାନ୍ତରେ ମୋଟୁ ଅବସ୍ଥିତ ।ମାଲକାନଗିରି ସଦର ମହକୁମା ଠରୁ ପ୍ରାୟ ୧୦୦ କିମି ଦୂରତ୍ବ । ଜିଲ୍ଲା ଗଠନ ହେବାର ୩୦ ବର୍ଷ ମଧ୍ଯରେ କେତେ ଜିଲ୍ଲାପାଳ ଆସି ଗଲେଣି,କିନ୍ତୁ ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଆଜି ମୋଟୁରେ ପହଞ୍ଚି ଜନତାଙ୍କ ୮୪ଟି ଆପତ୍ତି ଅଭିଯୋଗୁ ଶୁଣିଲେ ଯାହାକି ଏକ ଐତିହାସିକ ପଦକ୍ଷପ କହିଲେ ଚଳେ ।ମୋଟୁ ଗ୍ରାମର ନବ ନିର୍ମିତ ବସ୍ ଷ୍ଟାଣ୍ଡ ଗୃହରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାପାଳ ବିଶ୍ୱାଲ ସିଂ ସ୍ଥାନୀୟ ଜନତାଙ୍କ ଆପତ୍ତି ଅଭିଯୋଗ ଶୁଣିଲେ । କାଲିମେଳା ବିଡିଓ ଉମା ଶଙ୍କର ଦଳେଇ ଏହି ସ୍ଥାନକୁ ନିରୁପଣ କରିଥିଲେ ଜିଲ୍ଲାପଳ ବିଶାଳ ସିଂ ସ୍ଥାନୀୟ ଅଞ୍ଚଳର ସମସ୍ଯା ଶୁଣିବା ପାଇଁ। ଏଣୁ ମଲକାନଗିରି ସଦର ମହକୁମାର ସମସ୍ତ ଅଧିକାରୀ ମୋଟୁରେ ପହଞ୍ଚିଥିଲେ । ମୋଟୁ ଗ୍ରାମରେ ପ୍ରଥମ ଥର ଲାଗି ଜିଲ୍ଲାପାଳ ଶ୍ରୀ ସିଂ ଅଭିଯୋଗ ଶୁଣିବା ଲାଗି ୧୦୦ କିମି ଦୂରରୁ ଆସିଥିବାରୁ ଲୋକମାନଙ୍କ ମଧ୍ଯରେ ଉତ୍ସାହ ବୃଦ୍ଧି ପାଇଥିଲା । ସ୍ଥାନୀୟ ଲୋକେ କେବେ ମଧ୍ଯ ବିଶ୍ବାସ କରି ପାରିନଥିଲେ ଯେ ତାଙ୍କ ଗହଣରେ ଜିଲ୍ଲାପାଳ ଉପସ୍ଥିତ ରହି ଗ୍ରିଭେନ୍ସ ଶ୍ରବଣ କରିବେ । ଏଣୁ ଏହି କାର୍ଯ୍ୟକ୍ରମରେ ମୋଟୁ ଅଞ୍ଚଳର ବହୁମାତ୍ରାରେ ଲୋକେ ଆସି ନିଜ ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣେଇଥିଲେ । ଗ୍ରିଭାନ୍ସ ଶୁଣାଣି ପରେ ଜିଲ୍ଲାପାଳ ମୋଟୁ ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରି ସେଠିକାର
ବିଭିନ୍ନ ସମସ୍ଯାର ସଂପର୍କରେ ଅବଗତ ହୋଇଥିଲେ । ଜିଲ୍ଲାପାଳ ମୋଟୁରେ ପହଞ୍ଚି ଜନତାଙ୍କ ସମସ୍ଯା ବୁଝିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଲୋକେ ଭୂୟଶୀ ପ୍ରଶଂସା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.