ଭାରତୀୟ ମଜଦୁର ସଂଘ ଓଡିଶା ତରଫରୁ ବିଶ୍ୱକର୍ମାଜୟନ୍ତୀ ପାଳିତ।

0 292

ଖୋର୍ଦ୍ଧା,୧୭/୦୯(ପିପିଟି): ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ବିଶ୍ୱକର୍ମା ଜୟନ୍ତୀ ମଞ୍ଚେଶ୍ବର ସ୍ଥିତ ଉପେନ୍ଦ୍ର ଭଞ୍ଜ ଇନ୍ସଚୁଟ୍ ଭୁବନେଶ୍ୱର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି, ଖୋର୍ଦ୍ଧା ଜିଲ୍ଲା ସଭାପତି ପାର୍ଥ ସାରଥୀ ମହାନ୍ତି ଅଧକ୍ଷତା କରିଥିଲେ, ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଗିରିଶ ଚନ୍ଦ୍ର ମହନ୍ତ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ବିଶ୍ୱକର୍ମାଙ୍କ ଭୂମିକା ସମ୍ବଦ୍ଧରେ ଆଲୋକପାତ କରିଥିଲେ, ଅନ୍ୟତମ ବକ୍ତା ଭାବରେ ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ ବକ୍ତ୍ୟରେ କହିଥିଲେ ବିଶ୍ୱକର୍ମା ଜୟନ୍ତୀ ହେଉଛି ଭାରତୀୟ ଶ୍ରମିକ ମାନଙ୍କର ଗର୍ବ ଓ ଗୌରବର ଦିନ ଭାବରେ ଏହି ଦିନଟିକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ଭାରତୀୟ ମଜଦୁର ସଙ୍ଘ ପାଳନ କରି ଆସୁଛି, ଅନ୍ୟତମ ଅତିଥି ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଙ୍ଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ବକ୍ତ୍ୟବ୍ୟ ରଖିଥିଲେ, ଏଥିରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ ଆସୋସିଏସନ, ଇଷ୍ଟ କୋଷ୍ଟ ରେଲୱେ ମଜଦୁର ସଂଘ, ନାଲକୋ ମଜଦୂର ସଂଘ, ଆପୋଲ କର୍ମଚାରୀ ସଙ୍ଘ ଓ ଅନ୍ୟ ସଙ୍ଗ ଗୁଡିକ ଉପସ୍ଥିତ ଥିଲେ, ଜିଲ୍ଲା ସହ ସମ୍ପାଦକ ତ୍ରିଲୋଚନ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଜିଲ୍ଲାର ପ୍ରମୁଖ କାର୍ଯ୍ଯକର୍ତ୍ତା ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.