ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ।

0 445

ଭଞ୍ଜନଗର,୧୦/୦୯(ପିପିଟି): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ,ସହ ଜିଲ୍ଳା ପ୍ରମୁଖ ତ୍ରିନାଥ ଗୌଡ଼,ସମ୍ପାଦକ ପଦ୍ମନାଭ ପ୍ରଧାନ,ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର,ଫୁଲବାଣୀ,ବାଲିଗୁଡା,ସଂକୁଳରୁ ମୋଟ ୧୦୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ବିଚାରକ ଭାବରେ ଶିକ୍ଷକ ଉମାକାନ୍ତ ନାହାକ ,କେଦାରନାଥ ସେଠୀ, ପ୍ରଦୀପ କୁମାର ଆଚାର୍ଯ୍ୟ,ବନମାଳୀ ଗୌଡ଼,ଶିକ୍ଷୟତ୍ରୀ ବାସନ୍ତୀ ପାଣିଗ୍ରାହୀ, ଇନ୍ଦିରା ପ୍ରଭା ନାୟକ, ରଞ୍ଜିତା ଦାସ,ମମତା ପ୍ରଧାନ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.