ମାଲକାମଗିରି,୨୦/୦୮(ପିପିଟି):ମାଲକାନଗିରି ସହରର ପରିବା ଦୈନିକ ହାଟରେ ବର୍ତ୍ତମାନ ପନିରିବା ଦର ଆକାଶ ଛୁଆଁ । ପନି ପରିବା ଦର ଶୁଣିଲେ ମନ ଭାରାକ୍ରାନ୍ତ ଲାଗିବ । ଯାହା ବି କିଣିଲେ ମହଙ୍ଗା ହିଁ ମହଙ୍ଗା । ଦୈନିକ ପରିବା କିଣି କିଣି ପକେଟ୍ ଖାଲି । ଏମିତି ମହଙ୍ଗା ମାଡ ହୁଏତ କେବେ ହୋଇନଥିବା ଜାଣା ପଡିଛି । ମଧ୍ଯବିତ୍ତ ଏବଂ ନିମ୍ନ ମଧ୍ଯବିତ୍ତଙ୍କ ଅବସ୍ଥା ଅସମ୍ଭାଳ ।ବୋଧେ ଲଗାଣ ବର୍ଷା ପାଇଁ ପନିପରିବାର ହୁଏତ ଦରଦାମ ବଢିଥାଇ ପାରେ ବୋଲି ଅନୁମାନ କରାଯାଇଛି ।ତେଲ,ଚାଉଳ,ଅଟା, ଡାଲି,ମସଲା,ରନ୍ଧନ ଗ୍ଯାସ୍ ଆଦି ଦରଦାମ ଯେପରି ସାଧାରଣ ମଣିଷକୁ ମାନସିକ ଉଦବେଳିତ କରେ,ସେହି ପରି ପନିପରିବାର ଦୈନିକ ମୂଲ୍ଯ ବୃଦ୍ଧି ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।ବର୍ତ୍ତମାନ ପରିବା ଦର ଉପରେ ଦୃଷ୍ଟି ନିକ୍ଷେପ କଲେ ଜଣାପଡେ ଯେ,କାଙ୍କଡ କିଗ୍ରା ପ୍ରତି ୮୦ ଟଙ୍କା,ବିନସ ୮୦ ଟଙ୍କା, ଫୁଲ କୋବି୧୦୦ ଟଙ୍କା,ଭେଣ୍ଡି ୬୦ ଟଙ୍କା,କଲରା ୬୦ ଚଙ୍କା,ପତ୍ର କୋବି ୫୦ ଟଙ୍କା,ଜହ୍ନି ୫୦ ଟଙ୍କା, କୁନ୍ଦୁର ୪୦ ଟଙ୍କା,ଝୁଡୁଙ୍ଗ ୮୦ ଟଙ୍କା,ବାଇଗଣ ୫୦ ଟଙ୍କା, ପେପସିକମ ୧୫୦ ଟଙ୍କା, ଆଳୁ ୩୦ ଟଙ୍କା,ପିଆଜ ୩୦ ଟଙ୍କା,ଟମାଟ୍ ୩୦ ଟଙ୍କା,ପୋଟଳ ୬୦ ଟଙ୍କା,ଛଚିନ୍ଦ୍ର ୪୦ ଟଙ୍କାରେ ବିକ୍ରୟ ହେଉଛି । ଯାହାକି ଗରିବ ଏବଂ ମଧ୍ଯବିତ୍ତ ଶ୍ରେଣୀ ପରିବାରଙ୍କୁ ଘର ଚଳାଇବା କାଠିକର ପାଠ ହୋଇ ପଡିଛି । ବର୍ତ୍ତମାନ ମହଙ୍ଗା ମାଡରେ ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post