ସିଆଇଟିୟୁ ତରଫରୁ ରଣପୁରରେ ଆଶାକର୍ମୀଙ୍କ ୫ମ ବ୍ଳକ ସମ୍ମିଳନୀ ଅନୁଷ୍ଠିତ।

0 247

ରଣପୁର,୨୦/୦୯(ପିପିଟି):ସିଆଇଟିୟୁ ତରଫରୁ ରଣପୁର ରଘୁଦିବାକର ଭବନ ଠାରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ର ରଣପୁର ବ୍ଲକର ୫ମ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ଆଜି ଦିନ ୧୨ଟା ବେଳେ ସହିଦ ଭବନ ଠାରେ ସଂଗଠନର ପତାକାକୁ ବ୍ଲକ ସଭାନେତ୍ରୀ ଜାମିନିରାଣୀ ବେହେରା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ସମସ୍ତ ସାଥୀ ସହିଦ ବେଦିରେ ମାଲ୍ୟାର୍ପଣ କରିଥିଲେ। ପରେ ଜାମିନିରାଣୀ ବେହେରା ଓ ସଞ୍ଜୁଲତା ପରିଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ।ଶୋକ ପ୍ରସ୍ତାବ ପରେ ସମ୍ମିଳନୀକୁ ଜିଲ୍ଲା ସଭାପତି ସୁରେଶ ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓ ଜିଲ୍ଲା ଉପସଭାପତି ଚାପ ଧାରୀ ରାଉତ ଉଜାପନୀ ବକ୍ତବ୍ୟ ଦେଇଥିଲେ। ସମ୍ପାଦିକା ସ୍ମୃତିରେଖା ସେନାପତି ଏକ ସାଂଗଠନିକ ଓ ରାଜନୈତିକ ରିପୋଟ ଉପସ୍ଥାପନ କରିଥିଲେ।ଉପସ୍ଥିତ ଭାତୃ ପ୍ରତିମ ସଂଗଠନ ଓ ଜିଲ୍ଲା ନେତୃତ୍ୱ ମାନେ ସଂଗଠନର ସମ୍ମିଳନୀର ଶୁଭ କାମନା କରିଥିଲେ। ୬ଜଣ ଆଶାକର୍ମୀ ରିପୋଟ ଉପରେ ଆଲୋଚନା କରିଥିଲେ । ଆଶାକର୍ମୀଙ୍କୁ ନିୟମିତ କର୍ମଚାରୀ,ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା,ମାସିକ ପେନସନ ୧୦ହଜାର ଟଙ୍କା, ସମସ୍ତଙ୍କୁ ସ୍ମାର୍ଟଫୋନ ଓ ସାମାଜିକ ସୁରକ୍ଷା ପାଇଁ ଆଶାକର୍ମୀ ଭଉଣୀ ମାନେ ସଙ୍ଗଠିତ ହେବାକୁ ଆହ୍ବାନ ଦେଇଥିଲେ।
ଏହି ସମ୍ମିଳନୀରେ ସଭାପତି ଭାବେ ଜାମିନି ରାଣୀ ବେହେରା ଓ ସମ୍ପାଦିକା ଭାବେ ସ୍ମୃତିରେଖା ସେନାପତି ନିର୍ବାଚିତ ହୋଇଥିଲା ବେଳେ ଉପସଭାପତି ଭାବେ ଅହଲ୍ୟା ପେଲା,ସରୋଜିନୀ ସାହୁ, ସହ ସମ୍ପାଦିକା ଭାବେ ସଞ୍ଜୁଲତା ପରିଡା,ବିନୋଦିନୀ ପାଇକରାୟ, କୋଷାଧ୍ୟକ୍ଷ ଭାବେ ରଞ୍ଜୁଲତା ମହାପାତ୍ର ,ସଭ୍ୟ ଭାବେ ସଂଯୁକ୍ତା ସେଠି,ସବ୍ୟସାଚୀ ସେନାପତି, ସଞ୍ଜୁଲତା ସାହୁ,ସ୍ୱପ୍ନା ପ୍ରଧାନ,ଝୁନି ଜେନା,ମମତା ସାହୁ, ମମତା ଦାସ,ଝୁନା ଜୟସିଂହ,ଲଷ୍ମୀ ପାତ୍ର,ଉର୍ମିଳା ସାହୁ,ନୀଳାଦ୍ରି ସେଠୀ, ଗୋଲାପ ହଜାରୀ,ମଂଜୁଲତା ଖୁଣ୍ଟିଆ,ସବିତା ମହାପାତ୍ର,ସାବିତ୍ରୀ ସାହୁ,ରଜନୀ ଗନ୍ଧା ମଲ୍ଲିକ,ଝୁନା ପ୍ରଧାନ, ପ୍ରଭାସିନୀ ସାହୁ,କୈକେଇ ପ୍ରଧାନ, ସୁଲୋଚନା ଦେଇ,ଅନୁପମା ବିଶ୍ୱାଳ,ମଜୁଲତା ପ୍ରଧାନ,ନିରୂପମା ବେହେରା,ଗୀତାଞ୍ଜଳି ଚମ୍ପତି ପ୍ରମ୍ମୁଖ ନିର୍ବାଚିତ ହୋଇଥିଲା ବେଳେ ଉପଦେଷ୍ଟା ଭାବେ ଶ୍ରୀକାନ୍ତ ଦାସ ଓ ଧୁଶାସନ ଜେନା ନିର୍ବାଚିତ ହୋଇଥିଲେ।
ଏହି ସମ୍ମିଳନୀରେ ହରିଶ୍ଚନ୍ଦ୍ର ମିଶ୍ର,ଭିକାରୀ ଚରଣ ସାହୁ,ସଂଯୁକ୍ତା ସେଠି,ସୁକାନ୍ତି ଜେନା,ଧୁଶାସନ ଜେନା,ସବ୍ୟସାଚୀ ସେନାପତି ପ୍ରମ୍ମୁଖ ଆଲୋଚନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.