ଆଶାକର୍ମୀଙ୍କ ନବଜାତ ଶିଶୁର ଘରୋଇ ଯତ୍ନ ତାଲିମ ଶିବିର ଉଦଯାପିତ ।

0 258

ବେଲଗୁଣ୍ଠା,୩୦/୦୭(ପିପିଟି): ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନବଜାତ ଶିଶୁ ର ଘରୋଇ ଯତ୍ନ ତାଲିମ ଶିବିର ଉଦଯାପିତ ହୋଇଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ବେଲଗୁଣ୍ଠା ସ୍ୱାସ୍ଥ୍ୟ ମିଶନ ର ମିଳିତ ସହଯୋଗ ରେ ପାଞ୍ଚ ଦିନିଆ ତାଲିମ ଶିବିର ରେ ଗଞ୍ଜାମ ଜିଲ୍ଲା ଆଶା ମ୍ୟନେଜର ଆଶିଷ ମିଶ୍ର, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଦୁର୍ଗା ପ୍ରସାଦ ପଟନାୟକ, ବ୍ଲକ ହିସାବ ପରିଚାଳକ ଦିଲୀପ କୁମାର ପ୍ରଧାନ, ବ୍ଲକ ତଥ୍ୟ ପରିଚାଳକ ପବିତ୍ର କୁମାର ପାଣିଗ୍ରାହୀ, ଯକ୍ଷ୍ମା ପରିଦର୍ଶକ ଦୁର୍ଗା ପ୍ରସାଦ ଦାସ, ଜିଲ୍ଲା ତାଲିମ ଦାତା ରୂପେ ସୁଜାତା ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ଏବଂ ଏନ୍ଏସି ରେ କାର୍ଯ୍ୟରତ ଆଶା ଦିଦି ମାନେ ଘରେ ଘରେ ପହଂଚି ଗର୍ଭବତୀ, ପ୍ରସୂତି, ନବଜାତ ଶିଶୁ, କିଶୋରୀ, ବୃଦ୍ଧା, ମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ସଂକ୍ରମକ ଓ ଅଣ ସଂକ୍ରମକ ରୋଗ ନିରୂପଣ କରିବା, ମେଡିକାଲକୁ ପ୍ରେରଣ କରିବା ସହ ନିୟମିତ ଔଷଧ ସେବନ କରିବା ପାଇଁ ପରାମର୍ଶ କିଭଳି ପ୍ରଦାନ କରିବ ସେଥି ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା । ଟିବି, ମ୍ୟାଲେରିଆ,ଏଡ଼ସ, ମହିଳା ହିଂସା ରୋକିବା, ଟୀକାକରଣ, ପୋଷଣ, ରୋଗ ନିୟନ୍ତ୍ରଣ, ସ୍ଵାସ୍ତ୍ୟ ସେବା ନିମନ୍ତେ ବୈଠକ ଆୟୋଜନ, କିଶୋରୀ ବାଳିକା ବୈଠକ ଆୟୋଜିତ କରି ସୁସ୍ଥ ରହିବା ଉପରେ ସଚେତନତା କରିବା ନିମନ୍ତେ ତାଲିମ ଦିଆଯାଇଥିଲା । ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିରରେ ବେଲଗୁଣ୍ଠା, ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ଅଞ୍ଚଳରୁ ୩୩ ଜଣ ଆଶା କର୍ମୀ ଯୋଗ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.