ମାଲକାନଗିରି,୨୯/୦୭(ପିପିଟି):ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମଭି- ୭୯ ସବଡିଭିଜନର ଏମପିଭି -୭୫ ଗ୍ରାମ ନିକଟରେ ଆଜି ସକାଳୁ ଗମ୍ପାକୋଣ୍ଡା ମୁଖ୍ୟ କେନାଲ ହିଡ ଭାଙ୍ଗି ଯିବା ଫଳରେ ୨୦ ରୁ ୨୫ ଫୁଟ ଓସାରରେ ହିଡ ଧୋଇ ହୋଇ ପ୍ରାୟ ୫୦ରୁ ୬୦ ଏକର ଚାଷଜମିରେ ପାଣି ମାଡିଯାଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି ।ହିଡ ଭାଙ୍ଗିବା ଯୋଗୁଁ ୫ ଫୁଟ ଉଚ୍ଚରେ ପାଣି ଧାନ ଚାଷଜମିରେ ପ୍ରବେଶ କରିଛି । ଚାଷ ଜମିରେ ପାଣି ମାଡି ଧାନ ନଷ୍ଟ ହେବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ଖବର ପାଇ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସେଠାରେ ପହଞ୍ଚି କେଉଁ ପରିସ୍ଥିତିରେ ଘାଇ ହେଲା ତଦନ୍ତ କରିବା ସହ ଘାଇ ହୋଇଥିବା ସ୍ଥାନ କିପରି ବନ୍ଦ କରାଯିବ ସେ ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କେନାଲ ରୋଡ କାମବେଳେ ଉଭୟ ପଟେ ଠିକ ଭାବେ ମାଟି ଫିଲିଙ୍ଗ କରାଯାଇ ନଥିବା ଏବଂ ନିମ୍ନ ମାନର କାମ ଯୋଗୁଁ ଏହିପରି ଘାଇ ହୋଇ କେନାଲ ବନ୍ଦ ଭାଙ୍ଗିଲା ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।ଏହାକୁ ତଦନ୍ତ କରାଯାଇ ଚାଷୀଙ୍କ କ୍ଷତି ପୂରଣ ଲାଗି ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post