ଭଞ୍ଜନଗର,୨୪/୦୭(ପିପିଟି): ତାରସିଙ୍ଗି ଥାନା ଅନ୍ତର୍ଗତ ଦୋମୁହାଁଣି ଗ୍ରାମର ଏକ ପୋଖରୀରେ ଗାଧେଇବା ସମୟରେ ଗୋଡ଼ ଖସି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବାବୁଲା ବେହେରା। ବାବୁଲା ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି।ରବିବାର ଅପରାହ୍ନରେ କାମସରି ବାବୁଲା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଅସାବଧାନତା କାରଣରୁ ତାଙ୍କର ଗୋଡ଼ ଖସି ଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ବାବୁଲା ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ପରେ ନପାଇବାରୁ ଭଞ୍ଜନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ବାବୁଲର ମୃତଦେହକୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ପୋଲିସ ଗାଲେରୀ ଫାଣ୍ଡିରେଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )