ଅଲ୍ଟ୍ରା ବସ୍ ଦୁର୍ଘଟଣାଗ୍ରସ୍ଥ,୧୦ ଜଣ ଆହାତ ।

0 504

ମାଲକାନଗିରି,୨୩/୦୭(ପିପିଟି): ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍ ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ଥ ହୋଇଯାଇଛି । ୧୦ ଜଣ ଯାତ୍ରୀ ସାମାନ୍ଯ ଆହାତ ହୋଇଥିବା ଜଣା ପଡିଛି । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ ବସଟି ଦ୍ରୁତ ଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍ ଏକ ଛେଳି ପଲ ରାସ୍ତା ଉପରକୁ ଚାଲି ଆସିଥିଲେ । କିନ୍ତୁ ଡ୍ରାଇଭର ଉକ୍ତ ଛେଳି ମାନଙ୍କୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ ଦେବା ଫଳରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତୁରନ୍ତ ଏହି ଘଟଣାର ଖବର ପାଇ କୁଡୁମୁଲୁଗୁମ୍ମା ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗିନଥିବା ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । ୧୦ ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.