ଉତ୍କୋଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ହିଞ୍ଜିଳି ତହସିଲ ଅତିରିକ୍ତ ବରିଷ୍ଠ କୋଷାଧକ୍ଷ ।

0 919

ବ୍ରହ୍ମପୁର,୨୨/୦୭(ପିପିଟି): ହିଞ୍ଜିଳି ତହସିଲ ପାଲଟିଛି ଦୁର୍ନୀତିର ଗନ୍ତାଘର । ହାତ ଗୁଞ୍ଜା ନମିଳିଲେ ଘୁଞ୍ଚୁନି ଫାଇଲ । ତହସିଲ କାର୍ଯ୍ୟାଳୟକୁ ଆସି ଜନସାଧାରଣ ହନ୍ତସନ୍ତ ହେଉଥିବାର ବିଭିନ୍ନ ଜନସାଧାରଣ ମୌଖିକ ଅଭିଯୋଗ କରିଥିଲେ କିନ୍ତୁ ଆଇନ ର ନାଲିଆଖି ଆଗରେ ଚୁପ ରହିବାକୁ ବାଧ୍ୟ ହେଉଥିଲେ । ଏଭଳି ବହୁଦିନ ଧରି ଚାଲୁ ରହିଥିବା ଅଭିଯୋଗ ହୋଇଅସୁଥିଲେ ମଧ୍ୟ,ଜନସାଧାରଣ ନିଜର ମତ ପ୍ରକାଶ କରିଥିଲେ । ଆଜି ତାହାର ପ୍ରାଥମିକ ଜବନିକା ପଡିଛି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ବରିଷ୍ଠ କିରାଣୀ । ବିଗତ କିଛିବର୍ଷ ହେବ ପଟାପାଇଁ ଓ ବିଭିନ୍ନ କାର୍ଯ୍ୟ ଆଳରେ ଲାଞ୍ଚ ନ ହେଲେ କାର୍ଯ୍ୟ ହେଉନି ତାହା ପ୍ରମାଣିତ ହୋଇଯାଇଛି ।ଏଭଳି କାର୍ଯ୍ୟ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ପରୋକ୍ଷ ତତ୍ୱାବଧାନ ରେ ଚାଲୁଛି ବୋଲି ଆଲୋଚନା ହେଉଛି। ଏଭଳି ଆଲୋଚ୍ୟ ବିଷୟ ଯଦି ସତ୍ୟହୁଏ ତାହେଲେ ତହସିଲ କାର୍ଯ୍ୟାଳୟ ଦୁର୍ନିତ ର ଗନ୍ତାଘର ବୋଲି ଆଲୋଚ୍ୟ ନିଶ୍ଚିତ ସତ୍ୟ । ପ୍ରକାଶ ଥାଉକି ପୋଚିଲିମା ଗ୍ରାମପଞ୍ଚାୟତ ବୁଗୁଡାପଲ୍ଲୀ ଗ୍ରାମର ଜନେକ ଅବସରପ୍ରାପ୍ତ ଆର୍ମି ଯବାନ ଭିଜିଲାନ୍ସ ଅଫିସ ର ଦ୍ୱାରସ୍ଥ ହୋଇଥିଲେ। ଗୋଟିଏ ପଟା କରାଇଦେବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ହିଞ୍ଜିଳି ତହସିଲ ବରିଷ୍ଠ କୋଷାଧକ୍ଷ କିରାଣୀ (ସିନିୟର ରେଭେ ନ୍ୟୁ ଆସିଷ୍ଟାଣ୍ଟ) ଏନ .ଜଗଦୀଶ ରାଓ ଦାବି କରୁଥିଲେ। ଏହାକୁ ଭିତ୍ତିକରି ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ଆଜି ଅପରାହ୍ନ ୦୨-୪୫ ମିନଟ ସମୟରେ ହିଞ୍ଜିଳି ତହସିଲ କାର୍ଯ୍ୟାଳୟରେ ଚଢ଼ାଉ କରାଯିବାସହ ଉତ୍କୋଚ ନେଇଥିବା ରାଶି ଜବତ କରିଥିଲେ । ଏହାକୁ ଭିତ୍ତିକରି ବ୍ରହ୍ମପୁର ଭିଜିଲାନ୍ସ ପୋଲିସ କେସ ନଂ -୧୧ ତା-୨୧/୦୭/୨୦୨୨ ସେକ୍ସନ ୦୭ ପି,.ସି ଧାରା ୨୦୧୮ ନିୟମ ପ୍ରକାରେ କେସ ରେଜିଷ୍ଟ୍ରେସନ ସହ ଗିରଫ କରାଯାଇଥିବା ସୁଚନା ମିଳିଛି।

Leave A Reply

Your email address will not be published.