ମାଲକାନଗିରି ସୀମାନ୍ତ ମାଓ ତାଣ୍ଡବ,ଲୋକଙ୍କ ସାମ୍ନାରେ ହତ୍ୟା ।

0 232

ମାଲକାନଗିରି,୨୨/୦୭(ପିପିଟି):ମାଲକାନଗିରି ସୀମାନ୍ତରେ ଥମୁନି ମାଓ ହିଂସା। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପୂର୍ବରୁ ପୋଲିସ ଇନଫର୍ମର ଭାବେ ଜଣେ ବ୍ଯକ୍ତିଙ୍କୁ ସର୍ବ ସମ୍ମୁଖରେ ପିଟି ପିଟି ହତ୍ଯା କରିବା ସହ ତାଙ୍କ ଗାଡିକୁ ପୋଡି ଘଟଣାସ୍ଥଳରେ ଆତଙ୍କ ରାଜ ଚଳାଇ ଚାଲିଯାଇଛନ୍ତି ମାଓବାଦୀମାନେ। ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ପୋଲମପାଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ସମ୍ମୁଖରେ ମାଓବାଦୀମାନେ ମାଡକାମୀ ଜଗା ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଘୋଷାରି ଘୋଷାରି ଆଣି ପିଟିପିଟି ହତ୍ୟା କରିଛନ୍ତି। ମୃତ ମାଡକାମୀ ଜଗା ପୋଲାମପାଲ୍ଲୀ ଗାଁର ଜଣେ ଦୋକାନୀ ବୋଲି ଜଣାପଡିଛି।ଜାଗାକୁ ମାରିବା ପରେ ମଧ୍ଯ ମାଓବାଦୀମାନେ ସନ୍ତୁଷ୍ଟ ହୋଇନଥିଲେ। ହତ୍ୟା ପରେ ସେମାନେ ମୃତ ଜଗାଙ୍କ ଗାଡ଼ିରେ ନିଆଁ ଲଗାଇ ଚାଲିଯାଇଥିଲେ।ମାଓବାଦୀମାନେ କୋଣ୍ଟା ଏରିଆ କମିଟି ସଦସ୍ଯ ହୋଇଥିବା ବେଳେ ଘଟଣାସ୍ଥଳରେ ଚିଠି ଲେଖି ମାରିଥିବା ଦେଖିବାକୁ ମିଳିଛି ।ଜାଗାକୁ ପୋଲିସ ଇନଫର୍ମର ଭାବେ ହତ୍ୟା କରିଥିବା ଜଣାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାରଣ ସୃଷ୍ଟି ହୋଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.