କୋଦଳା ଠାରେ ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ।

0 369

କୋଦଳା,୧୨/୦୭(ପିପିଟି) : ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟ ନେଇ ଗଞ୍ଜାମ ଜିଲ୍ଲା କୋଦଳା ସହର ର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ସହର ବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁ ଦିନରୁ ଦାବି କରିଆସୁଥିବା ବେଳେ ଆଜି ଏହାର ହୋଇଛି ଉଦଘାଟନ । ଆରକ୍ଷୀ ଉପମହାନିରୀକ୍ଷକ, ଦକ୍ଷିଣାଞ୍ଚଳ, ସତ୍ୟବ୍ରତ ଭୋଇ ଏହି ସହାୟତା କେନ୍ଦ୍ରକୁ ଉଦଘାଟନ କରି ବିଧାୟିକାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାସହିତ ଆଗାମୀଦିନରେ ବିଧାୟକ ପାଣ୍ଠିରୁ ସାତଲକ୍ଷ ଟଙ୍କା ବ୍ୟୟରେ ସହର ର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ନେଇ ସ୍ଥିର ହୋଇଥିବା କହିଛନ୍ତି ବିଧାୟିକା । ସେପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସହର ବହୁ ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଫଳକ ନାମ ଲେଖାକୁ ନେଇ ଅଞ୍ଚଳରେ ରାଜନୀତି ସରଗରମ ହୋଇଥିଲା । ଏହି ପ୍ରତିବାଦକୁ ନେଇ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ମୁଁ ଫଳକ ରେ ନୁହଁ କାର୍ଯ୍ୟରେ ବିଶ୍ୱାସ କରେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ଧାରାକୁ ଆଗେଇ ନେବାକୁ ପ୍ରୟାସ ଜାରି ରଖିଛି । ମୁଁ ବିଧାୟିକା ହେବା ପରେ କୋଦଳା ରେ ଦେଖିଚି ବର୍ଷା ଖରା କାକର ରେ ଦୁଇ ତିନିଜଣ ପୋଲିସ ଖୋଲା ଆକାଶ ତଳେ ଠିଆ ହୋଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, ସେହିଦିନ ଠାରୁ ହିଁ ସେଠାରେ ଏକ ପୋଲିସ ସହାୟତା କେନ୍ଦ୍ର ନିର୍ମାଣ କରିବା ନେଇ ସ୍ଥିର କରି କାର୍ଯ୍ୟ ଆରମ୍ଭ କରାଯାଇଥିଲା, ଆଜି ଏହା ସଫଳତା ର ସହିତ ଲୋକାର୍ପିତ ହୋଇଛି ।ଲୋକମାନଙ୍କ ସୁବିଧା ତଥା ପୋଲିସ ର କାର୍ଯ୍ୟକୁ ଆହୁରି ସରଳିକରଣ କରିବା ପାଇଁ କୋଦଳାର ସମସ୍ତ ଛକରେ ସିସି ଟିଭି ଲାଗିବା ପାଇଁ ନିଜସ୍ୱ ପାଣ୍ଠିରୁ ସାତ ଲକ୍ଷ୍ୟ ଅନୁଦାନ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଦିଆଯାଇଛି । ପୋଲିସ ସହାୟତା କେନ୍ଦ୍ର ପୋଲିସ ବିଭାଗର । ଏଥିରେ କାହାକୁ ନିମନ୍ତ୍ରଣ କରାଯିବ ଓ କାହା ନାମ ଲେଖାଯିବା ତାହା ସେହି ବିଭାଗ ସ୍ଥିର କରେ । ଏହାକୁ ନେଇ ରାଜନୀତି କରଣ କରିବା ଅନୁଚିତ! ଫଳକ ରାଜନୀତି ଉର୍ଦ୍ଧ୍ଵରେ ରହି କୋଦଳା ଜନସାଧାରଣଙ୍କ ଯେତିକି ବିକାଶ କାର୍ଯ୍ୟ କରାଯାଇ ପାରିବ ତାକୁ ମୁଁ ସ୍ୱାଗତ କରିବି ବୋଲି କହିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.