ଭଞ୍ଜନଗର,୦୫/୦୭(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଆବାସ ଯୋଜନା ଅନ୍ତର୍ଗତ ଘର ପଟ୍ଟା ଓ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ଅଶୋକ କୁମାର ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର ଓ ଏନଏସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ମୋଟ ୧୫ଟି ୱାର୍ଡର ୧୧୮ଜଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଘର ପଟ୍ଟା ଓ ୮୨ଜଣ ହିତାଧିକାରୀଙ୍କୁ ବାଦ୍ଧକ୍ୟ, ବିକଳାଙ୍ଗ,ବିଧବା ଭତ୍ତାକୁ ଅଧ୍ୟକ୍ଷ ଓ ସମସ୍ତ କାଉନସିଲର ମାନେ ବଣ୍ଟନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post