ପୋଲିସ ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0 260

କନ୍ଧମାଳ,୦୩/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ପୋଲିସ ହାବିଲଦାର କେଶବ ଚନ୍ଦ୍ର ନାଏକଙ୍କୁ ଥାନା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ନାୟକଙ୍କ ନିଜ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ବେଳେ ସେ ତାଙ୍କର ଚାକିରୀ ଜୀବନ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରିଥିଲେ। କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରି ସେ ଅବସର ସମୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଥିଲେ।ଶ୍ରୀ ନାୟକ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଶାନ୍ତ ସ୍ଵଭାଵର ହୋଇଥିବା ବେଳେ ସେ ଜଣେ ଦକ୍ଷ ପୁଲିସ କର୍ମଚାରୀ ଭାବରେ ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅନ୍ୟପଟେ ତାଙ୍କର ମେଳାପୀ ଗୁଣ ଯୋଗୁଁ ଫିରିଙ୍ଗିଆର ଘରେ ଘରେ ପରିଚିତ ଥିଲେ। ଶ୍ରୀ ନାୟକ ହେଉଛନ୍ତି ପୂର୍ବତନ ପରିବାହନ ଓ ଯୋଜନା ଏବଂ ସମନ୍ୱୟ ମନ୍ତ୍ରି ପଦ୍ମନାଭ ବେହେରାଙ୍କ ଭାଣଜି ଜ୍ୱାଇଁ। ଶ୍ରୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଫିରିଙ୍ଗିଆ ଥାନା ପରିସରରେ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ଅଧକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଥିଲା।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.