ବୋଲଗଡ଼,୦୧/୦୭(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳର ସାଗରଗୁଆଁ ବଜାର ଠାରେ ଆଜି ଏକ ଏ.ଟି.ଏମ. କାଉଣ୍ଟର ଖୋଲିଲା । ଏହାଦ୍ୱାରା ଏହି ଅଞ୍ଚଳର ଦୁଇହଜାରରୁ ଅଧିକ ହିତାଧିକାରୀ ତତକାଳ ଟଙ୍କା ଉଠାଣ ସେବାର ସୁଯୋଗ ଲାଭକରିବେ । ପୂର୍ବାହ୍ନରେ ଏହି କାଉଣ୍ଟରକୁ ଅତିଥି ମାନେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତତସହିତ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ରମାମଣି ଦେଇ, ସମିତି ସଭ୍ୟ ତୋଫାନ କୁମାର ବେହେରା ଏବଂପରିଚାଳିତ ପ୍ରସାନ୍ତ କୁମାର ପଣ୍ଡା, ଟାଟା ପରିଚାଳକ ଅଭିଷେକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରରେ ସ୍ଥାନୀୟ ଜନସାଧାରଣ ଏହି ଏଟିଏମ ସେବାର ସଦୁପଯୋଗ କରିବାପାଇଁ ଟାଟା ଇଣ୍ଡିକ୍ୟାସ ପକ୍ଷରୁ ଅନୁରୋଧ କରାଯାଇଛି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )