ନିଶ୍ଚେତକ ନିଶାଦ୍ରବ୍ଯ ଅପବ୍ଯବହାର ସଂପର୍କରେ ଶୋଭାଯାତ୍ରା ।

0 269

ମାଲକାନଗିରି,୨୬/୦୬(ପିପିଟି): ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ମିନିଟ ସମୟରେ ଏକ ଶୋଭାଯାତ୍ରା ସ୍ଥାନୀୟ ମାଲକାନଗିରି ବସ ଷ୍ଟାଣ୍ଡରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ନଗରଭବନରେ ପହଞ୍ଚି ଥିଲା। ଏହି ଶୋଭାଯାତ୍ରକୁ ପି.ଡି ,ଡି.ଆର.ଡି.ଏ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ବାଳମୁକୁନ୍ଦ ଭୂୟାଁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରରେ ସ୍ଥାନୀୟ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ମା’ ଘର ଅନୁଷ୍ଠାନର କର୍ମକର୍ତ୍ତା,ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ସଦସ୍ୟ,ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ଦିବା ୯.୩୦ ମିନିଟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପି.ଡି.,ଡି.ଆର.ଡ଼ି.ଏ ଶ୍ରୀ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ ପାଢ଼ୀ, ମୁଖ୍ୟ ବକ୍ତା, ମାଲକାନଗିରି ମହାବିଦ୍ୟାଳୟର ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ,ମାଆ ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଡେର୍ମ ଲୋଜିଷ୍ଟ ଡାଃ ଡି.ପି. ରାଜ ପ୍ରମୁଖ ସମ୍ମାନୀତି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସାତ ଜଣ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.