ସ୍ୱାତୀ ଅନୁଷ୍ଠାନର ୨୩ତମ ପ୍ରତିଷ୍ଠା ଦିବସ ।

0 232

କନ୍ଧମାଳ,୨୬/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ ଲୁଇସଂ ପଞ୍ଚାୟତର ରାଇଗୁଡା ଓ ବାଲନ୍ଦାପଡାର ଗଧେଇପଦର ଠାରେ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ନିରାକାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଯୋଜକ ବିଶ୍ୱରଞ୍ଜନ କର ବକ୍ତବ୍ୟ ରଖିଥିବାବେଳେ ପ୍ରଦୀପ କୁମାର ସ୍ୱାଇଁ ସ୍ୱାସ୍ଥ୍ୟ, ପୋଷଣ, ଶିଶୁଅଧିକାର ଓ ଶିକ୍ଷା କ୍ଷେତ୍ରରେ ‘ସ୍ୱାତୀ’ର କାର୍ଯ୍ୟକ୍ରମ ସମୁହକୁ ଉପସ୍ଥାପନା କରିିଥିଲେ। ଏଥିସହ ଆଲୋକ ସାମନ୍ତରାୟ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲାରେ ଅନୁଷ୍ଠାନର ବିଭିନ୍ନପ୍ରକଳ୍ପ କାର୍ଯ୍ୟକ୍ରମକୁ ଏକ ତଥ୍ୟ ସମ୍ବଳିତ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୁନି କୁନି କଳାକାର ସଞ୍ଜୟ ଦିଗାଲ, ଗଗନ ଦିଗାଲ, କାଞ୍ଚନ କହଁର, ମୁକ୍ତା ଓ ନିରୁ ନାୟକ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗଧେଇପଦର ଓ ରାଇଗୁଡା ଗ୍ରାମର ସ୍ୱୟଂସହାୟକ ଦଳର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କେକକୁ ଅତିଥି ମାନଙ୍କ ଦ୍ୱାରା କଟାଯାଇଥିଲା ଏବଂ ବିଭିନ୍ନ ହାତ ତିଆରି ପିଠା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ପ୍ରତିି ଗାଁଲୋକଙ୍କ ଭଲପାଇବାକୁ ସଂପାଦକ ହରିଶଙ୍କର ରାଉତ ସାଧୁବାଦ ଜଣାଇବା ସହ ଅଞ୍ଚଳର ଅଧିକରୁ ଅଧିକ ବିକାଶ ଦିଗରେ କାମକରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ସାମୁହିକ ନୃତ୍ୟ ପରିବେଷଣ କରାଯାଇଥିଲା। ମାଣିକ ବେହେରା ଧନ୍ୟବାଦ ଅର୍ପଣ କରିଥିଲା। କୁଶ ମାନସେଠ ଅତିଥି ପରିଚୟ ପ୍ରଦାନ କରିବା ସହ ଲୁଇସିଂ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଲିଖିତ ଏକ ସଙ୍ଗୀତ ପଞ୍ଚଦେବ ପ୍ରଧାନଙ୍କ ଦ୍ୱାରା ଗାନ କରାଯାଇଥିଲା। ପରିଚାଳନାରେ ପ୍ରଭାସିନୀ ଦଳବେହେରା, ଅନନ୍ତ ଚରଣ ମଲ୍ଲିକ, ସୌରଭ ପଣ୍ଡା, ମଲ୍ଲିକ ଦିଗାଲ, ନିରୂପମା ଦିଗାଲ, ଅନୁପମା କହଁର, ଗୋଲାପି କହଁର, ଚଞ୍ଚଳା କହଁର ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.