ଭଞ୍ଜନଗର ତହସିଲଦାରଙ୍କ ପଦୋନ୍ନତି ।

0 263

ଭଞ୍ଜନଗର,୧୦/୦୬(ପିପିଟି): ଗତ କିଛି ବର୍ଷ ହେଲା ଭଞ୍ଜନଗର ରାଜସ୍ୱ ବିଭଗ କାର୍ଯ୍ୟାଳୟରେ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ପ୍ରଧାନଙ୍କର ବଦଳି ହୋଇଥିବା ଜଣାପଡିଛି।ସେ ଏଠାରୁ ପଦୋନ୍ନତି ପାଇ ଗଜପତି ଜିଲ୍ଲା ପାରଳା ଖେମୁଣ୍ଡିର ଉପ ଜିଲ୍ଲାପାଳ ଭାବେ ଦାୟୀତ୍ୱ ତୁଲାଇବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଆସିଛି। ଶ୍ରୀ ପ୍ରଧାନଙ୍କ ସ୍ଥାନରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ନିହାର ରଞ୍ଜନ ବେହେରା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ତହସିଲଦାର ଦାୟୀତ୍ୱରେ ରହି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.