ଡକାୟତ ଗ୍ୟାଙ୍ଗର ୧୪ସଦସ୍ୟ ଗିରଫ; ମୋବାଇଲ, ଟଙ୍କା, ଲାପଟପ, ମାରଣାସ୍ତ୍ର ଜବତ ।

0 1,833

ଭଞ୍ଜନଗର,୦୨/୦୬(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସୋରାଦେବୀ ଜଙ୍ଗଲରୁ ବୁଧବାର ରାତିରେ ପୋଲିସ ଏଜ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେଥି ମଧ୍ୟରେ ୧୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଭଞ୍ଜନଗର ଶଙ୍ଖ ସାହିର ସାଗର ବେହେରା, ସୁନୀଲ ନାୟକ, ପ୍ରେମ ବେହେରା, ନୂଆ ଗଡ଼ର ଜୟରାମ ବେହେରା, ମନୋଜ କୁମାର ବେହେରା, ଖଦାଳ ସାହିର ବବଲୁ ନାୟକ,ରାଜେନ୍ଦ୍ର ପାତ୍ର ଓରଫ ଚିଆଁ ଏବଂ ଅନ୍ୟ ୭ଜଣ ନାବାଳକ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର ଥାନା ସବ ଇନିସ୍ପେକ୍ଟର କେଶବ ଶଢଙ୍ଗୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ରାତ୍ରୀ ପେଟ୍ରୋଲିଂ କରୁଥିବା ସମୟରେ ସୋରାଦେବୀ ଜଙ୍ଗଲରେ କିଛି ଦୁର୍ବୁତ୍ତ ଏକତ୍ରିତ ହୋଇ ସେହି ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଉଦ୍ୟମ କରୁଥିବା ଖବର ପାଇ ଥାନା ଅଧିକାରୀ ଧିରେସ କୁମାର ଦାସ ନିର୍ଦ୍ଦେଶ କ୍ରମେ ସେଠାରେ ଚଢ଼ାଉ କରି ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨ଟି ଦେଶୀ ବୋମା,୩ଟି ଖଣ୍ଡା,ଲଙ୍କାଗୁଣ୍ଡ, ୩୯ଟି ବିଭିନ୍ନ କମ୍ପାନିର ମୋବାଇଲ ଫୋନ,ଗୋଟିଏ ପାୱାର ବ୍ୟାଙ୍କ, ଗୋଟିଏ ଲାପଟପ,୩ଟି ବାଇକ, ୯,୫୦୦ଟଙ୍କା ଜବତ ହୋଇଛି।ଏଥିସହ ସେହି ଡକାୟତ ମାନେ ବହୁ ଚୋରି ଡକାୟତି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଆଜି ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.