ଶିକ୍ଷା ବିଭାଗର ବିଚିତ୍ର ନୀତି, ଅଭିଯୋଗ ସତ୍ବେ କାର୍ଯ୍ଯାନୁଷ୍ଠାନ ଶୂନ ।

0 282

ମାଲକାନଗିରି,୩୧/୦୫(ପିପିଟି): ମାଲକାନଗିରି ଶିକ୍ଷା ବିଭାଗର ବିଚିତ୍ର ନୀତି,ଜଣେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ସାମୂହିକ ଭାବେ ସେହି ବିଦ୍ଯାଳୟର କର୍ମଚାରୀମାନେ ଲିଖିତ ଆଭିଯୋଗ ସତ୍ବେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣା ପଡିଛି ।
ଘଟଣାରୁ ପ୍ରକାଶ ଯେ ପଡିଆ ବ୍ଲକ ନିକଟସ୍ଥ ଇରାଲଗୁଣ୍ଡି,ଭୀମା ମାଡକାମୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଦୀର୍ଘ ଦିନ ହେଲା ସେହି ବିଦ୍ଯାଳୟର କର୍ମଚାରୀମାନଙ୍କୁ ଦୀର୍ଘ ଦିନ ହେଲା ମାନସିକ ନିର୍ଯ୍ଯାତନା ଆସୁଥିବା ବେଳେ ସେ ପାଗଳପରି ବିନା କାରଣରେ ଅଶ୍ରାବ୍ଯ ଭାଷା ପ୍ରୟୋଗ କରି ଗାଳି ଗୁଲଜ କରୁଛନ୍ତି । ଫଳରେ ଏକ ଶିକ୍ଷାନୁଷ୍ଠାନ ପାଇଁ ଏହା ଗ୍ରହଣୀୟ ନୁହେଁ । ଏହା ଶୈକ୍ଷିକ ବାତାବରଣକୁ ସଂପୂର୍ଣ୍ଣ କଳୁଷିତ କରୁଛି । ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାକେ ସମସ୍ତ କାର୍ଯ୍ଯ ସୁଚାର ରୂପେ ନିକ୍ବାହ କରିବା ସତ୍ଯେ ଅପ୍ରାସଙ୍ଗିକ କଥା ଅଯଥାରେ ଉତ୍ଥାପନ କରି କର୍ମଚାରୀମାନଙ୍କୁ ଗାଳି କରିବା ସହ ମାରଣାସ୍ତ୍ର ଧରି ଧମକାଇବା ଭଳି ସଂଗୀନ ଅଭିଯୋଗ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗତ ତା:୧୦/୦୫/୨୦୨୨ରେ କରାଯାଇଛି । ଏହା ବ୍ଯତୀତ ଗତ ତା:୧୯.୦୪.୨୦୨୨ ରେ ସେହି ବିଦ୍ଯାଳୟର ସଂସ୍କୃତ ଶିକ୍ଷକ ଅମୀୟ ରଞ୍ଜନ ମିଶ୍ରଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରିବା ଏବୁ କଟୁରୀରେ ହାଣି ଦେବି କହି ଧମକେଇବା,ଶିକ୍ଷକ ହାଡିବନ୍ଧୁ ସାହୁଙ୍କୁ ବାଡି ଦେଖାଇ ଧମକାଇବା, ଫୋନରେ ଖରାପ ଭାଷାରେ ଗାଳି ଦେବା,ଶିକ୍ଷକ ଜିତୁ ରଞ୍ଜନ ସ୍ବାଇଁଙ୍କୁ ଅଫିସକୁ ଡାକି ଖରାପ ଭାଷାରେ ଗାଳିଦେବା ଆଦି ଅଭୋଯୋଗ ହୋଇଛି । ଏ ଭଳି ଜଣେ ବିଶୃଙ୍ଖଳିତ ସ୍ବେଛାଚାରୀ ପ୍ରଧାନ ଶିକ୍ଷକଙ୍କ ନିକଟରେ ବିଦ୍ଯାଳୟର କର୍ମଚାରୀମାନେ କାର୍ଯ୍ଯ କରିବାକୁ ନିରାପଦ ମଣୁ ନଥିବା ଏବଂ ଜୀବନ ପ୍ରତି ବିପଦ ଥିବାରୁ ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯୀଇ ସମୋଚିତ ନ୍ଯାୟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ଆଜକୁ ୨୦ ଦିନ ବିତି ଯାଇଥିଲେ ମଧ୍ଯ ଜିଲ୍ଲା ଶିକ୍ଷାଧିକାରୀ କାହିଁକି ନୀରବ ଦ୍ରଷ୍ଟା ସାଜି କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ବିଦ୍ଯାଳୟର ସମସ୍ତ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି । ଯଦି ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗକୁ ଅଣ ଦେଖାକରନ୍ତି, ତେବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ବାଧ୍ଯ ହେବୁ ବୋଲି ପ୍ରକାଶ କରିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.