ସୁବର୍ଣ୍ଣପୁର,୩୧/୦୫(ପିପିଟି): ୟୂପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବ ଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି। ସେ ଦିଲ୍ଲୀ ୟୁନିଭର୍ସିଟିରେ ଇତିହାସବିଭାଗରେ ଏମ୍ ଫିଲ୍ କରୁଥିବା ବେଳେ ଶ୍ରୀମାନ ପାଣିଗ୍ରାହୀ କଲିକତା କେନ୍ଦ୍ରୀୟ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଜଣା ପଡିଛି । ସେ ସଫଳତାର ସମସ୍ତ ଶ୍ରେୟ ତାଙ୍କର ପରିବାରକୁ ଦେଇଥିବା ବେଳେ ସେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍ ଭାବରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ପ୍ରାକ୍ତନ ପି ଏ ତଥା ପାଣିଗ୍ରାହୀଙ୍କ ପିଉସା ଧୂବଳ କିଶୋର ପଣ୍ଡା ଓ କାକା ପୋଲିସ ରାମ ଶଙ୍କର ପାଣିଗ୍ରାହୀ ଙ୍କ ପରିବାର ଓ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଶ୍ରୀମାନ ପାଣିଗ୍ରାହୀ ଦିଲ୍ଲୀ ଏୟାରପୋର୍ଟ ର ଏଜିଏମ୍ ଭାବରେ କାର୍ଯ୍ୟରତ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀଙ୍କ ବଡ଼ପୁଅ ହୋଇଥିବାବେଳେ ସୁବର୍ଣ୍ଣପୁର ଗଡ଼ଜାତର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ଷଷ୍ଠୀ କୁମାର ପାଣିଗ୍ରାହୀ ଓ ବୃନ୍ଦାବତୀ ପାଣିଗ୍ରାହୀଙ୍କ ପୌତ୍ର ଅଟନ୍ତି।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )