ମାଲକାନଗିରି,୩୧/୦୫(ପିପିଟି): ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଏସଆଇ ବି. ବି. ସୁତାରଙ୍କ ନେତୃତ୍ଵରେ ପୋଲିସି ସଦଳବଳେ ତେନ୍ତୁଲିଗୁଡା ଗ୍ରାମରେ ଚାଲୁଥିବା ଏକ ଜୁଆ ଖେଳ ଉପରେ ଅଚାନକ ଚଢାଉ କରିଥିଲେ ।ଏହି ସମୟରେ ସେଠାରେ ଥିବା ୫ ଜଣଜୁଆଡିକୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ଧରାପଡିଥିବା ପାଞ୍ଚ ଜଣ ହେଉଛନ୍ତି ତେନ୍ତୁଳିଗୁଡା ଗ୍ରାମର ସମାରା ଗୋଲୋରୀ, ସାମା ମାଢ଼ି, ଗଙ୍ଗା ମାଡକାମି, ମୁଦୁଲିପଡ଼ା ଥାନା ଆମଳିପୁଟ ଗ୍ରାମର ରାମକୃଷ୍ଣ ହନ୍ତାଳ ଓ ଅସିତ ଚନ୍ଦ୍ର ଚୌଧୁରୀ। ସେମାନଙ୍କ ନିକଟରୁ ଜୁଆ ସାମଗ୍ରୀ ସହ ୨୬ ହଜାର ୨୬୦ ଟଙ୍କା ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଓର୍କେଲ ଥାନା କେସ୍ ନଂ ୧୦୨ /ତା:୩୧/୦୫/୨୨ରେ ଏକ ମାମଲା ପଞ୍ଜିକୃତ କରାଯାଇ ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)