୬ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଚୋରି; ପୋଲିସ ତଦନ୍ତ ଜାରି ।

0 624

ଭଞ୍ଜନଗର,୩୧/୦୫(ପିପିଟି): ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗ୍ରାମ ଝାଞ୍ଜିରୀ ସାହିରେ ସୋମବାର ରାତିରେ ଚୋରମାନେ ପଶି ଏକାଥରକେ ୬ଜଣଙ୍କ ଘରୁ ଲୁଟ କରି ଫେରାର ହୋଇଯାଇଛନ୍ତି।ପ୍ରଥମେ ଚୋରମାନେ ସମସ୍ତଙ୍କ ଘର ବାରିପଟ କବାଟକୁ ଭାଙ୍ଗି ଘର ଭିତରେ ପଶି ଆଲମୀରା ଓ ବାକ୍ସରେ ଥିବା ଟଙ୍କା ଏବଂ ସୁନା ଚୋରି କରିବା ସହ ଜିନିଷ ପତ୍ର ଏଣେତେଣେ ଫିଙ୍ଗିଥିବା ଜଣାପଡିଛି । ସମସ୍ତଙ୍କ ଘରୁ ଚୋରି ହୋଇଥିବା ସୁନାର ପରିମାଣ ମୋଟ ୧୦ତୋଳା ସମେତ ନଗଦ ପ୍ରାୟ ୧ଲକ୍ଷ ଟଙ୍କା ମଧ୍ୟ ଲୁଟେରା ମାନେ ନେଇଯାଇଛନ୍ତି। ନିଜର କଷ୍ଟର୍ଜିତ ଧନସମ୍ପତ୍ତି ହରାଇ ଲୋକମାନେ ଭାଙ୍ଗି ପଡିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତାରସିଂ ଓ ଗାଲେରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗ୍ରାମର ସନ୍ୟାସୀ ଗୌଡ଼,କାହ୍ନା ଗୌଡ଼, ଗୌର ପଲେଇ,ବୈଷ୍ଣବ ବେହେରା, ସୁନୀଲ ଗୌଡ଼, ସନ୍ତୋଷ ଗୌଡ଼ ଏସମସ୍ତଙ୍କର ସୁନା ହାର, ଖାସୁଲ ମାଳି, ମୁଦି, କାନ ଫୁଲ ଓ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି।ଏହି ଘଟଣାରେ ପଛରେ ଏକ ବଡ ଚୋରି ରାକେଟ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ହେଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ବାରମ୍ବାର ଚୋରି ହେଉଥିବା ବେଳେ ଏବେ ତାରସିଂ ଅଞ୍ଚଳରେ ଚୋରି ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.