ଷଣ୍ଢ ଲଢେଇରେ ବହୁ ଆହତ; ଟ୍ରାଫିକ ଜାମ ।

0 503

ଭଞ୍ଜନଗର,୩୦/୦୫(ପିପିଟି): ଭଞ୍ଜନଗର ପୁରୁଣା ଫାୟାର ଷ୍ଟେସନ ନିକଟରେ ସୋମବାର ସନ୍ଧ୍ୟାରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେ଼ଇ ଦୀର୍ଘ ୪୫ମିନିଟରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଚାଲିଥିଲା।ଯାହା ଫଳରେ ଉକ୍ତ ସ୍ଥାନଟି ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଚଳପ୍ରଚଳ କରୁ ନଥିବା ବେଳେ ସେମାନଙ୍କ ଆକ୍ରମଣରେ କେତେକ ଗାଡ଼ି ପଡିବା ସହ କିଛି ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।ରାସ୍ତାରେ ଉଭୟ ପାର୍ଶ୍ଵରେ ଗାଡ଼ି ମଟର ବହୁ ସମୟ ଅଟକି ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ପରିସ୍ଥିତି ଶାନ୍ତ ହେବା ପରେ ସ୍ୱାଭାବିକ ଭାବରେ ଲୋକମାନେ ସେହି ରାସ୍ତାରେ ଯାତାୟାତ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.