ହିଞ୍ଜିଳି ବ୍ଲକ ପୁଟିଆପଦର ଗ୍ରାମ ପୋଖରୀ ଗାର୍ଡ୍ ୱାଲ ଧସିବା ଘଟଣା ,ଜେଇଙ୍କ ସମେତ୪ ଜଣଙ୍କ ଠାରୁ କ୍ଷତିପୂରଣ ଭରଣା ନିର୍ଦ୍ଦେଶ ।
ବ୍ରହ୍ମପୁର,୨୮/୦୫(ପିପିଟି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ପୁଟିଆପଦର ଗ୍ରାମରେ ପୋଖରୀ ଗାର୍ଡ୍ ୱାର୍ଲ ନିମ୍ନମାନର କାମ ଯୋଗୁଁ ଧସିଯାଇଥିଲା । ଏହାର ତଦନ୍ତ କରି ଗଞ୍ଜାମ ଜିଲ୍ଲାପାଳ ଜେଇଙ୍କ ସମେତ ୦୪ଜଣଙ୍କ ଠାରୁ କ୍ଷତି ଭରଣ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ପୁଟିଆପଦର ଗ୍ରାମ ଶିବମନ୍ଦିର ନିକଟ ପୋଖରୀ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରାଯାଇଥିଲା। କାର୍ଯ୍ୟଟି ଶେଷ ନହେବାପୂର୍ବରୁ ଗତ ୨୦୨୧ ନଭେମ୍ବର ୧୩ତାରିଖରେ ପୋଖରୀ ଗାର୍ଡ୍ ୱାଲ ଧସିଯାଇଥିଲା।ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ କୌଣସି ପଦକ୍ଷେପ ନନେବାରୁ ଶ୍ରୀ ମହାନ୍ତି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ହାଇକୋର୍ଟ ଆବେଦନ ପିଟିସନକୁ ଗ୍ରହଣକରି ୦୩ ମାସ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗର ଶୁଣାଣି କରି ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲାପାଳ ଗତ ମାସ ୦୮ତାରିଖରେ ଅଭିଯୋଗର ଶୁଣାଣି କରିଥିଲେ । ଏଥିରେ ଆବେଦନକାରୀ ଓ ହିଞ୍ଜିଳି ବିଡ଼ିଓ ,ଡ଼ିଆରଡିଏର ନିର୍ବାହୀଯନ୍ତ୍ରୀ ଉପସ୍ଥିତ ଥିଲେ। ଆବେଦନକାରୀ ଶ୍ରୀ ମହାନ୍ତି ଦାଖଲ କରିଥିବା ପ୍ରମାଣ ଓ ଜିଲ୍ଲା ପ୍ରଶାସନ ତଦନ୍ତକୁ ଭିତ୍ତିକରି ମାତ୍ରାଧିକ ବର୍ଷା ସହିତ ବୈଷୟିକ ଅନୁଧ୍ୟାନର ଅଭାବ ଯୋଗୁଁ ଗାର୍ଡ୍ ୱାଲ ଧସିଥିବା ଜଣାପଡିଥିଲା। ଏଥିପାଇଁ ମୋଟ୧୬ହଜାର୯୩୧ ଟଙ୍କାର ସରକାରୀ ଅର୍ଥ ଅପବ୍ୟୟ ହୋଇଥିବା ଆକଳନ କରାଯାଇଥିଲା। ଏହି ଅର୍ଥ କାର୍ଯ୍ୟ କରିଥିବା ଜେଇ,ପିଇଓ, ଜିଆରଏସ୍ ଓ ସରପଞ୍ଚଙ୍କ ଠାରୁ ଭରଣା କରାଜୀବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଦାୟିତ୍ୱରେ ଅବହେଳା କରିଥିବା ଏ ଇଇ ,ଜେଇ,ଜିଆରଏସ୍ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାପାଇଁ ହିଞ୍ଜିଳି କାଟୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
(ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ) .