ଭଞ୍ଜନଗର,୨୭/୦୫(ପିପିଟି): ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କର ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜକୁ ରେଜିଷ୍ଟର ଭାବେ ପଦୋନ୍ନତି ପାଇ ବଦଳି ହୋଇଥିବା ଜଣାପଡିଛି। ଶ୍ରୀ ମିଞ୍ଜ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଭଞ୍ଜନଗର ଉପଜିଲ୍ଲାପାଳ ଦାୟୀତ୍ୱ ରେ ରହି କରୋନା ମୁକାବିଲା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ।ତାଙ୍କ ସ୍ଥାନରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post